କଟକ: ମଧୁପାଟଣା ଥାନା ଛକ ନିକଟରେ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ନେଇ ଗୁରୁବାର ସନ୍ଧ୍ୟାରେ ବ୍ୟାପକ ପୋଡ଼ା ଜଳା ହୋଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକେ ସନ୍ଧ୍ୟାରେ ବ୍ୟାପକ ପୋଡ଼ାଜଲା କରିଛନ୍ତି। ଫଳରେ କଟକ-ଭୁବନେଶ୍ୱର ଜାତୀୟ ରାଜପଥ ୧୬ ଯାତାୟତ ପ୍ରଭାବିତ ହୋଇଛି। ମିଳିଥିବା ସୂଚନା ଅନୁସାରେ ୪୨ ମୌଜାରୁ ହୋଣ୍ଡା ଆକ୍ଟିଭାରେ ଆସୁଥିବା ସମରଜୀତ ବାରିକଙ୍କୁ ସକାଳ ୧୦ଟାରେ ୪୨ମୌଜା ଓଭରବ୍ରିଜ ଉପରେ ଏକ ଟ୍ରକ ଧକ୍କା ଦେଇଥିଲା। ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ସମରଜୀତଙ୍କୁ କଟକ ବଡ଼ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ସମରଜୀତଙ୍କ ମୃତ୍ୟୁ ହୋଇଥିଲା। ଜାତୀୟ ରାଜପଥରେ ହଜାର ହଜାର ସଂଖ୍ୟାରେ ଯାନବାହାନ ଅଟକି ରହିଛି। ରିପୋର୍ଟ ଲେଖା ଯିବା ବେଳକୁ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରୁଛି।
ସଡ଼କ ଦୁର୍ଘଟଣାରେ ଯୁବକ ମୃତ, ରାସ୍ତାରୋକ ପରେ କଟକ-ଭୁବନେଶ୍ୱର ଯାତାୟତ ଠପ୍
ମଧୁପାଟଣାରେ ବ୍ୟାପକ ପୋଡ଼ାଜଳା
/sambad/media/post_attachments/wp-content/uploads/2017/10/ctc1-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)