ଭୁବନେଶ୍ୱର: ଖଣ୍ଡଗିରିସ୍ଥିତ ବି.ଏନ ଇଂରାଜୀ ମାଧ୍ୟମ ସ୍କୁଲର ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କ ଦ୍ବାରା ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍କୁଲର ଅଧ୍ୟକ୍ଷ ବନମାଳୀ ପାଣିଙ୍କ ତତ୍ୱାବଧାନରେ ଛାତ୍ରଛାତ୍ରୀମାନେ ଖଣ୍ଡଗିରି ଟ୍ରାଫିକ ଛକ ନିକଟରେ ଗାଡ଼ି ଚାଳକ ମାନଙ୍କୁ ଦ୍ରୁତ ଗତିରେ କିମ୍ବା ନିଶା ସେବନ କରି ଗାଡ଼ି ନ ଚଳାଇବା, ହେଲମେଟ୍ ପିନ୍ଧିବା, ଚାରିଚକିଆ ଯାନ ଚଳାଇବା ସମୟରେ ସିଟ୍ ବେଲ୍ଟ ବାନ୍ଧିବା, ସଡ଼କ ସୁରକ୍ଷାର ଅନ୍ୟାନ୍ୟ ନିୟମ ସବୁ ପାଳନ କରିବା ଆଦି ବିଷୟରେ ସଚେତନ କରିଥିଲେ। ସଡ଼କ ସୁରକ୍ଷାର ନିୟମ ସଠିକ ଭାବରେ ମାନୁଥିବା ଗାଡ଼ିଚାଳକ ମାନଙ୍କୁ ଧନ୍ୟବାଦ ଦେବା ସହ ମିଷ୍ଟାନ୍ନ ମଧ୍ୟ ବଣ୍ଟନ କରିଥିଲେ। ସେଠାରେ କାର୍ଯ୍ୟରତ ଟ୍ରାଫିକ କର୍ମଚାରୀଙ୍କୁ ତାଙ୍କର ନିଃସ୍ୱାର୍ଥପର କାର୍ଯ୍ୟ ପାଇଁ ପୁଷ୍ପଗୁଚ୍ଛ ପ୍ରଦାନ କରି ଧନ୍ୟବାଦ ଦେଇଥିଲେ। ସ୍କୁଲର ସେକ୍ରେଟାରି ତୁଷାରକାନ୍ତ ଜେନା ପିଲାମାନଙ୍କୁ ପ୍ରୋତ୍ସାହିତ କରିବା ସହ ସମାଜରେ ଜନ ଜାଗରଣ ସୃଷ୍ଟି କରିବାରେ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଏ ପ୍ରୟାସକୁ ପ୍ରଶଂସା କରିଥିଲେ। ଛାତ୍ରଛାତ୍ରୀମାନେ ମଧ୍ୟ ଏହା ମାଧ୍ୟମରେ ସଡ଼କ ସୁରକ୍ଷା ବିଷୟରେ ଅଧିକ ଶିକ୍ଷା ଲାଭ କରିବେ ଏବଂ ସେମାନଙ୍କର ଗୁଣାତ୍ମକ ମାନ ବୃଦ୍ଧି ହେବ ବୋଲି ସ୍କୁଲର ଅଧ୍ୟକ୍ଷ ଶ୍ରୀ ପାଣି ମତବ୍ୟକ୍ତ କରିଥିଲେ। ସ୍କୁଲର ଏହି ପଦକ୍ଷେପକୁ ସ୍ଥାନୀୟ ଲୋକମାନେ ବେଶ୍ ପ୍ରଶଂସା କରିଥିଲେ।
ଛାତ୍ରଛାତ୍ରୀଙ୍କ ସଡ଼କ ସୁରକ୍ଷା ସଚେତନତା
/sambad/media/post_attachments/wp-content/uploads/2019/09/zgsdfhdgjhgdjryimvmvghmgvmvbm.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)