ନାରାୟଣ ଗ୍ରୁପ ଅଫ୍ ସ୍କୁଲ ପକ୍ଷରୁ ‘ସଫଳତାର ରାସ୍ତା’

ଭୁବନେଶ୍ବର: ଭୁବନେଶ୍ବର ଓ କଟକରେ ନାରାୟଣ ଗ୍ରୁପ ଅଫ୍ ସ୍କୁଲ ପକ୍ଷରୁ ‘ସଫଳତାର ରାସ୍ତା’ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନର ବରିଷ୍ଠ ଶିକ୍ଷକମାନେ ଯୋଗଦେଇ ଦଶମ ଶ୍ରେଣୀ ପିଲାମାନଙ୍କୁ ଉତ୍ସାହିତ କରିବା ସହ କିପରି ସହଜ ଉପାୟରେ ପରୀକ୍ଷାରେ ସର୍ବଶ୍ରେଷ୍ଠ ସଫଳତା ଲାଭ କରିବେ, ସେ ବିଷୟରେ ବୁଝାଇଥିଲେ।

ସ୍କୁଲର ଆରଏନ୍‌ଡି ମୁଖ୍ୟ ଶିକ୍ଷକ କଲ୍ୟାଣ, ଶିକ୍ଷୟିତ୍ରୀ ବେଦବତୀ, ଡିଜେଏମ୍ କେ. ଶ୍ରୀନିବାସ, ପି. ଶ୍ରୀନିବାସ୍ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ୪ଟି ବିଭାଗର ପ୍ରିନ୍ସପାଲ୍ ପ୍ରଜ୍ଞା ପରମିତା, ଶିକ୍ଷୟିତ୍ରୀ ଶ୍ରୀଦେବୀ, ଶିକ୍ଷୟିତ୍ରୀ ଉଷା, ଶିକ୍ଷୟିତ୍ରୀ ସୁଜାତା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଶେଷରେ ପିଲାମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା।

ସମ୍ବନ୍ଧିତ ଖବର