ଭୁବନେଶ୍ବର: ପୁରୁଣା ଭୁବନେଶ୍ବରସ୍ଥିତ ପରକରଣ ସାହି ରାସ୍ତା ଏବେ ଅଳିଆ ଆବର୍ଜନାରେ ଭର୍ତ୍ତି ହୋଇଯାଇଛି। ଫଳରେ ରାସ୍ତାରେ ଚଳପ୍ରଚଳ ଏକପ୍ରକାର ଠପ୍ ହୋଇଯାଇଛି। ନିୟମିତ ଅଳିଆ ଉଠା ଯାଉ ନଥିବାରୁ ଏଭଳି ଅବସ୍ଥା ହୋଇଥିବା ସାହିବାସିନ୍ଦାମାନେ ଅଭିଯୋଗ କରିଛନ୍ତି। ବଢ଼େଇବାଙ୍କ ଛକଠାରୁ ପୁନାମା ଗେଟ୍ ରାସ୍ତା ଦେଇ ପରକରଣ ସାହିକୁ ସଂଯୋଗ କରୁଥିବା ରାସ୍ତାରେ ଗତ କିଛି ଦିନ ହେଲା ଅଳିଆ ଆବର୍ଜନା ଜମି ରହିଛି। ସାହି ରାସ୍ତାରେ ଡଷ୍ଟ୍ବିନ ନଥିବାରୁ ଲୋକମାନେ ରାସ୍ତା ଉପରେ ଅଳିଆ ପକାଇ ଏଭଳି କରୁଥିବା ମଧ୍ୟ ଅଭିଯୋଗ ହେଉଛି। ଗତ ଦୁଇ ଦିନ ହେଲା ଲଗାଣ ବର୍ଷାରେ ଧୋଇ ହୋଇ ଆସିଥିବା ଆବର୍ଜନା ସବୁ ରାସ୍ତାରେ ଜମା ହୋଇ ରହିଛି। ଆଜି ବିଏମ୍ସି ପକ୍ଷରୁ ଅଳିଆ ଉଠାଯାଇ ନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା ଜ୍ଞାନେନ୍ଦ୍ର ମହାରଣା। ଏହା କେବଳ ଆଜିର ଦୃଶ୍ୟ ନୁହେଁ, ମାସର ପ୍ରାୟ ଅଧିକାଂଶ ଦିନ ଏମିତି ଅବସ୍ଥା ଭୋଗିବାକୁ ପଡ଼େ ବୋଲି ସ୍ଥାନୀୟ ଅଧିବାସୀମାନେ କହିଛନ୍ତି।
ଆବର୍ଜନାରେ ଅବରୋଧ ପରକରଣସାହି ରାସ୍ତା
/sambad/media/post_attachments/wp-content/uploads/2021/05/564h65s4h564sf56hhhhhhhhhhhhhhhhhhhhhhhhhhhhhhhhhhhhh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)