ଶାନ୍ତି ମେମୋରିଆଲ୍ ହସ୍ପିଟାଲ୍ ପକ୍ଷରୁ ଖୋଲିଲା ରୋବୋଟିକ୍ ସର୍ଜରି ଉତ୍କର୍ଷ କେନ୍ଦ୍ର

କଟକ : ରାଜ୍ୟର ଅଗ୍ରଣୀ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀ ସଂସ୍ଥା ଶାନ୍ତି ମେମୋରିଆଲ୍ ହସ୍ପିଟାଲ୍ ପକ୍ଷରୁ ରୋବୋଟିକ୍ ସର୍ଜରି ଉକ୍ରର୍ଷ କେନ୍ଦ୍ର ସିଏସ୍ଆର (ବ୍ରିଟେନ୍) “ରୋବୋଟିକ୍ ଏସ୍ଏକ୍ସ ସିଷ୍ଟମ୍ (ଭେରସିଅସ୍)ର ଶୁଭାରମ୍ଭ ବିଷୟରେ ଘୋଷଣା କରାଯାଇଛି । ଏହା ହେଉଛି ରାଜ୍ୟର ପ୍ରଥମ ଧରଣର ଷ୍ଟେଟ୍ ଅଫ୍ ଆର୍ଟ ରୋବୋଟିକ୍ ସର୍ଜରି ଉତ୍କର୍ଷ କେନ୍ଦ୍ର । ସ୍ୱାସ୍ଥ୍ୟ ସେବା ଯାତ୍ରାରେ ଏହାକୁ ଏକ ବୃହତ ମାଇଲଖୁଣ୍ଟ ଭାବେ ବିଚାର କରିବା ସହ ହସ୍ପିଟାଲ ବିଶ୍ୱାସ ରହିଛି ଯେ ଏହି ଉତ୍କର୍ଷ କେନ୍ଦ୍ର ଦ୍ୱାରା ଓଡ଼ିଶାର ଲୋକମାନେ ବିଶେଷ ଭାବେ ଉପକୃତ ହେବେ । ସେମାନଙ୍କୁ ସର୍ଜରି କରିବା ଲାଗି ମେଟ୍ରୋ ସହରକୁ ଯାତ୍ରା କରିବାକୁ ପଡ଼ିବ ନାହିଁ । ରୋବୋଟିକ୍ ସର୍ଜରିର ଦାମ୍ ଯଦିଓ ଲାପାରୋସ୍କୋପିକ୍ ସର୍ଜରି ଠାରୁ ସାମାନ୍ୟ ଅଧିକ, କିନ୍ତୁ ଶାନ୍ତି ମେମୋରିଆଲ୍ ହସ୍ପିଟାଲରେ ଏହି ସର୍ଜରି ମେଟ୍ରୋ ସହରରେ ସଂଗ୍ରହ କରାଯାଉଥିବା ଦାମ୍ ଏକ ତୃତୀୟାଂଶ ମୂଲ୍ୟରେ ହୋଇପାରିବ । ଲାପାରୋସ୍କୋପିକ୍ ସର୍ଜରି ତୁଳନାରେ ରୋବୋଟିକ୍ ସର୍ଜରି ଅନେକ ବିଶେଷ ଲାଭ ମଧ୍ୟ ରହିଛି ।

ଏହି ଅବସରରେ ଡକ୍ଟର ଶ୍ରୀଜୟ ପଟ୍ଟନାୟକ, ଚିଫ୍ ସର୍ଜନ ଆଣ୍ଡ୍ ସିଏମଡି ଶାନ୍ତି ମେମୋରିଆଲ୍ ହସ୍ପିଟାଲ୍ କହିଛନ୍ତି ଯେ, “ସ୍ୱାସ୍ଥ୍ୟ ସେବା ଶିଳ୍ପରେ ପ୍ରଯୁକ୍ତିର ଯେଉଁ ନବସୃଜନ ହେଉଛି ତାହା ସହ ତାଳ ଦେଇ ସବୁ ସ୍ୱାସ୍ଥ୍ୟ ସେବା ସଂସ୍ଥାକୁ ଆଗକୁ ବଢ଼ିବା ଆବଶ୍ୟକ । ମୁଁ ଅତ୍ୟନ୍ତ ଗର୍ବର ସହ ଘୋଷଣା କରୁଛି ଯେ ଆମେ ହସ୍ପିଟାଲ୍ ସେହି ମନ୍ତ୍ରକୁ ଶୁଭାରମ୍ଭ ହେବା ଦିନ ଠାରୁ ପାଳନ କରୁଛି ଏବଂ ତେଣୁ ଆମେ ଏହି ସବୁ ବର୍ଷଗୁଡ଼ିକରେ ଲୋକମାନଙ୍କ ବିଶ୍ୱାସଭାଜନ ହୋଇପାରିଛୁ । ଓଡ଼ିଶାରେ ରୋବୋଟିକ୍ ସର୍ଜରିକୁ ଉପସ୍ଥାପନ କରିବା ଏକ ଦୀର୍ଘଦିନର ସ୍ୱପ୍ନ ପୂରଣ ହେବା ଭଳି ଏବଂ ମୁଁ ଅନୁଭବ କରୁଛି ଯେ ଏହା ଓଡ଼ିଶାର ସ୍ୱାସ୍ଥ୍ୟ ସେବା ଇତିହାସରେ ଏକ ପରିବର୍ତ୍ତନର କେନ୍ଦ୍ର ହେବ ।’

ସମ୍ବନ୍ଧିତ ଖବର