କାର୍‌ ଭିତରେ ରୋମାନ୍ସ, ଜରିମାନା ଦେଇ ମୁକୁଳିଲେ ପ୍ରେମୀଯୁଗଳ

ଭୁବନେଶ୍ବର : ଲକ୍‌ଡାଉନ୍‌ କଟକଣା ପ୍ରେମୀଯୁଗଳଙ୍କୁ ଅଧିକ ପ୍ରଭାବିତ କରିଛି। ପାର୍କ, ସିନେମା ହଲ୍‌ ତଥା ଅନ୍ୟ ସମସ୍ତ ଚିତ୍ତବିନୋଦନ ସ୍ଥାନରେ କଟକଣା ଥିବାରୁ ନିଛାଟିଆ ଜାଗା ଦେଖି କାର୍‌ ଭିତରେ ରୋମାନ୍ସ କରୁଛନ୍ତି ପ୍ରେମିକ-ପ୍ରେମିକା‌। ଆଜି ଅପରାହ୍ଣରେ ଇନ୍ଦିରାଗାନ୍ଧୀ ପାର୍କ ପଛରେ ଏମିତି ରୋମାନ୍ସ ଚାଲିଥିବା ବେଳେ ପୁଲିସ ହାତରେ ଧରାପଡ଼ିଛନ୍ତି ପ୍ରେମୀଯୁଗଳ। କ୍ୟାପିଟାଲ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଅସଞ୍ଜତ ଅବସ୍ଥାରେ ଉଦ୍ଧାର କରିବା ସହ ସେମାନଙ୍କଠାରୁ ଜରିମାନା ଆଦାୟ କରିଛି।

ସୂଚନା ଅନୁଯାୟୀ, ଇଡିକଲ୍‌ ଅଡିଟୋରିୟମ ସାମ୍ନାରେ ଏକ କାର୍‌ ଛିଡ଼ା ହୋଇଥିଲା‌। ଅପରାହ୍ନ ପ୍ରାୟ ୪ଟା ବେଳେ ଏକ ସ୍କୁଟିରେ ଜଣେ ଯୁବତୀ ପହଞ୍ଚିଲେ। କିଛି ସମୟ ଏପଟସେପଟ ଚାହିଁବା ପରେ ଯୁବତୀ ଜଣକ କାର୍‌ ଭିତରେ ପଶିଗଲେ। ଭିତରେ ଉଭୟଙ୍କ ରୋମାନ୍ସ ଚାଲିଥିବାବେଳେ ଏହି ରାସ୍ତା ଦେଇ ଯାଉଥିବା ପଥଚାରୀଙ୍କ ଆଖିରେ ପଡ଼ିଥିଲା। ସେମାନଙ୍କ ଭିତରୁ କେହି ଜଣେ ଏ ନେଇ ପୁଲିସକୁ ଖବର ଦେଇ ଦେଇଥିଲା। ପୁଲିସ ପହଞ୍ଚି ଉଭୟଙ୍କୁ ଅସଞ୍ଜତ ଅବସ୍ଥାରେ ଉଦ୍ଧାର କରିବା ପରେ ସେମାନେ ‘ଜରିମାନା କାହିଁକି ଦେବୁ’ ବୋଲି କିଛି ସମୟ ପୁଲିସ ସହ ଯୁକ୍ତି ମଧ୍ୟ କରିଥିଲେ। ପରେ ମାସ୍କ ପିନ୍ଧି ନ ଥିବାରୁ ପୁଲିସ ସେମାନଙ୍କଠାରୁ ଜରିମାନା ଆଦାୟ କରିଥିଲା। ଉ‌‌ଲ୍ଲେଖଯୋଗ୍ୟ ଯେ ନିକଟରେ ପଟିଆ ଅଞ୍ଚଳରେ ଏକ କାର୍‌ ଭିତରେ ରୋମାନ୍ସ ଚାଲିଥିବା ବେଳେ ପୁଲିସ ଜଣେ ଆଲବମ୍‌ ଅଭିନେତ୍ରୀଙ୍କୁ ତାଙ୍କ ପୁରୁଷବନ୍ଧୁ ସହ ଧରିଥିଲା।

ସମ୍ବନ୍ଧିତ ଖବର