ରିଲିଜ୍‌ ହେଲା ରୋମାଣ୍ଟିକ୍‌ ଗୀତ ‘ପ୍ରେମ କରିବାଟା ନିହାତି ଜରୁରୀ’

ଭୁବନେଶ୍ବର: ଓଡ଼ିଶାର ନମ୍ବର ୱାନ୍ ଏଫ୍‌ଏମ୍‌ ରେଡିଓ ଚକ୍‌ଲେଟ୍‌ରେ ରିଲିଜ ହୋଇଛି ନୂଆ ରୋମାଣ୍ଟିକ ଗୀତ ‘ପ୍ରେମ କରିବାଟା ନିହାତି ଜରୁରୀ’। ଗୀତଟିକୁ ଗୁରୁ ଶତପଥୀ ଲେଖିଥିବା ‌େବଳେ କଣ୍ଠ ଦାନ କରିଛନ୍ତି ସ୍ୱୟଂ ପାଢୀ। କାର୍ତ୍ତିକ କୁମାର ସଙ୍ଗୀତ ନିର୍ଦେଶନା ଦେଇଛନ୍ତି। ପ୍ରଫୁଲ୍ଲ ବେହେରା ସଙ୍ଗୀତ ପରିଚାଳନା କରିଛନ୍ତି। ଗୀତଟିର କ୍ରିଏଟିଭ୍ ସୁପରଭିଜନ କରିଛନ୍ତି ସଂଗ୍ରାମ ମିଶ୍ର। ମିଲନ୍ ଷ୍ଟୁଡିଓ ଏବଂ ଏମ୍ଆର୍ଆର୍ ଷ୍ଟୁଡିଓରେ ଗୀତଟି ରେକର୍ଡିଂ ଓ ମିକ୍ସିଂ ହୋଇଛି। ତେବେ ଶୁକ୍ରବାର ସକାଳ ୧୦ଟାରୁ ଆର୍‌ଜେ କୋମଲଙ୍କ ‘ସକାଳର ପହିଲି ଗାଡ଼ିରେ କାର୍ଯ୍ୟକ୍ରମ’ରୁ ଏହି ଗୀତଟି ଶ୍ରୋତାମାନେ ଶୁଣିପାରିବେ। ରେଡିଓ ଚକ୍‌ଲେଟ୍‌ର ୟୁଟ୍ୟୁବ୍‌ ପେଜ୍‌ରେ ଏହାର ଷ୍ଟୁଡିଓ ଭର୍ସନ ଉପଲବ୍ଧ। ଏହା ସହ ଶ୍ରୋତାମାନେ ରେଡିଓ ଚକ୍‌ଲେଟ୍‌ ଆପ୍‌ରେ ମଧ୍ୟ ଗୀତଟିକୁ ଶୁଣିପାରିବେ। ରେଡିଓ ଚକ୍‌ଲେଟ୍‌ ଆପ୍‌କୁ ଗୁଗଲ୍‌ ପ୍ଲେ ଷ୍ଟୋର୍‌ କିମ୍ବା ଆପଲ ଷ୍ଟୋର୍‌ରୁ ଡାଉନଲୋଡ୍‌ କରି ପାରିବେ।

ସମ୍ବନ୍ଧିତ ଖବର