ଭୁବନେଶ୍ବର: ଓଡ଼ିଶା ହର୍ଟିକଲ୍ଚର ସୋସାଇଟି ଆନୁକୂଲ୍ୟରେ ଓୟୁଏଟି କୃଷି ମହାବିଦ୍ୟାଳୟ ପରିସରରେ ଏକ ରାଜ୍ୟସ୍ତରୀୟ ଗୋଲାପଫୁଲ ପ୍ରଦର୍ଶନୀ ଅନୁଷ୍ଠିତ ହୋଇ ଯାଇଛି। ନାଲ୍କୋ, କିସ୍, ସୋଆ ଆଦି ଶିକ୍ଷାନୁଷ୍ଠାନରୁ ପ୍ରାୟ ୩୦ଟି ଷ୍ଟଲ୍ ପ୍ରଦର୍ଶନୀରେ ସ୍ଥାନ ପାଇଥିଲା। କୁଳପତି ପ୍ରଫେସର ପୱନ କୁମାର ଅଗ୍ରୱାଲ୍ ଓ ତାଙ୍କ ସହଧର୍ମିଣୀ ଡ. ଅଳକାରାଣୀ ଅଗ୍ରୱାଲ୍ ଅତିଥିଭାବେ ଯୋଗ ଦେଇ ଏହାର ଉଦ୍ଘାଟନ କରିଥିଲେ। କାର୍ଯ୍ୟକ୍ରମରେ କୋଲକାତା ଓ ଖଡ଼ଗପୁରରୁ ଗୋଲାପ ଚାଷୀ ତଥା ଉଦ୍ୟୋଗୀମାନେ ନିମନ୍ତ୍ରିତ ଅତିଥିଭାବେ ଉପସ୍ଥିତ ରହି ହର୍ଟିକଲ୍ଚର ଛାତ୍ରଛାତ୍ରୀମାନଙ୍କୁ ଗୋଲାପଫୁଲ ଚାଷ ଉପରେ ପରାମର୍ଶ ଦେଇଥିଲେ। ନାଲ୍କୋ ସିଏମ୍ଡି ଶ୍ରୀଧର ପାତ୍ର, ନାଲ୍କୋ ମହିଳା ପରିଷଦର ସଭାନେତ୍ରୀ ସସ୍ମିତା ପାତ୍ର, ପୂର୍ବତନ କୁଳପତି ପ୍ରଫେସର ଦେବୀପ୍ରସାଦ ରାୟ, କୃଷି କଲେଜ ଅଧ୍ୟକ୍ଷ ପ୍ରଫେସର କେକେ ରାଉତ, ଡ. ଶଶୀକଳା ବେହେରା ପ୍ରମୁଖ ଅତିଥିଭାବେ ଉପସ୍ଥିତ ଥିଲେ।