ଚନ୍ଦ୍ରଶେଖରପୁର: କାଗଜ ଫୁଲ, ସୂର୍ଯ୍ୟମୁଖୀ, ଡାଲିଆ, ମଣ୍ଡା, କଲକତି, ଗେଣ୍ଡୁ, ମଧୁମାଳତି ସହ ରଙ୍ଗ ବେରଙ୍ଗ ଗୋଲାପ ଓ ବିଦେଶୀ ଫୁଲରେ ସଜେଇ ହୋଇଛି କିଟ୍ ଓ କିସ୍ କ୍ୟାମ୍ପସ। ଉଭୟ ଶିକ୍ଷାନୁଷ୍ଠାନର ୨୧ଟି କ୍ୟାମ୍ପସ୍ ସହ କିମସ୍ ହସ୍ପିଟାଲ୍, ଶ୍ରୀବାଣୀ କ୍ଷେତ୍ର ବିଭିନ୍ନ ପ୍ରଜାତିର ଫୁଲରେ ସଜେଇ ହୋଇଛି। ଭଳି କି ଭଳି ଫୁଲକୁ ଏକାଠି କରି ପ୍ରତିଷ୍ଠା କରାଯାଇଛି ‘ରୋଜ୍ ଗାର୍ଡେନ୍’। ଆଉ ତାହାକୁ ଦେଖିବା ପାଇଁ ପ୍ରତିଦିନ ଲାଗୁଛି ପର୍ଯ୍ୟଟକଙ୍କ ଭିଡ଼। କାହିଁ କେତେ ବାଟରୁ ଦେଖଣାହାରୀମାନେ ଏଠାରେ ପହଞ୍ଚି ମନୋଲୋଭା ପରିବେଶର ମଜା ଉଠାଉଛନ୍ତି। ସେଲ୍ଫି ନେବା ସହ ଘଣ୍ଟାଘଣ୍ଟା ଧରି ସେମାନଙ୍କ ଆଖି ଫୁଲ ଉପରେ ଲାଖିଯାଉଛି।
ଅନୁଷ୍ଠାନର ୫ ଶହରୁ ଅଧିକ ମାଳି ଏହି ଫୁଲ ଗଛଗୁଡ଼ିକର ରକ୍ଷଣାବେକ୍ଷଣ କରୁଛନ୍ତି। କ୍ୟାମ୍ପସ୍ର ଏକ ସ୍ବତନ୍ତ୍ର ସ୍ଥାନରେ ଏକ ହଜାରରୁ ଅଧିକ ଗୋଲାପକୁ ନେଇ ବଗିଚା କରାଯାଇଛି। ଯେଉଁଥିରେ ୧୭ ପ୍ରଜାତିର ଦେଶୀ ଓ ବିଦେଶୀ ଗୋଲାପ ରହିଛି। ସେଗୁଡ଼ିକୁ ଉପଭୋଗ କରିବା ସହ ମଜା ଉଠାଇବାର ସୁବିଧା ଥିବାରୁ ପ୍ରତିଦିନ ସକାଳେ ଓ ସଂଧ୍ୟାରେ ପ୍ରବଳ ଭିଡ଼ ହେଉଛି। ଫୁଲ ସହ ସେଲ୍ଫି ନେବାକୁ କେହି ବି ସୁଯୋଗ ଛାଡ଼ୁନାହାନ୍ତି। ଏହାବ୍ୟତୀତ ଅନୁଷ୍ଠାନର ବିଭିନ୍ନ ସ୍ଥାନରେ ଦୁଇ ଲକ୍ଷରୁ ଅଧିକ ଅସ୍ଥାୟୀ ଫୁଲ ଗଛ କୁଣ୍ଡ ରଖାଯାଇଛି। କିଟ୍ ମୁଖ୍ୟ ରାସ୍ତାପାର୍ଶ୍ବର ସୌନ୍ଦର୍ଯ୍ୟୀକରଣ ପାଇଁ ରାସ୍ତାପାର୍ଶ୍ବରେ ଫୁଲ କୁଣ୍ଡଗୁଡ଼ିକୁ ଲୁହା ଷ୍ଟାଣ୍ଡରେ ସଜାଯାଇଛି। କ୍ୟାମ୍ପସ୍ରେ ଶୋଭା ପାଉଥିବା ବିଦେଶୀ ଫୁଲ ଗଛଗୁଡ଼ିକ ମଧ୍ୟରେ ଏମୋରାନ୍ଥ, ଆମରେଲେସ୍, ବ୍ଲୁବେଲ୍, ବଟର କଫ୍, କ୍ରସାନ୍ଥମ୍, କଲମ, ଡ୍ୟାଫସେଲ୍, ଡେଜି, ଡାଫିନି, ଫକ୍ସବ୍ଲବ୍, ଗାଡୋଲିଆ, ହେଲେନିୟମ୍, ହେବିସକସ୍, ଅନେଷ୍ଟି, ହାଏସେନ୍ଥ୍, ଜାସମିନ୍, ଲାଭେଣ୍ଟର୍, ମ୍ୟାଗନୋଲିଆ ଓ ପପି ଅନ୍ୟତମ। ଏହାର ଦାୟିତ୍ବରେ ଥିବା ଫୁଲ ବିଶେଷଜ୍ଞ ସୁଦର୍ଶନ ପଣ୍ଡାଙ୍କ ମତ ଅନୁଯାୟୀ ଶୀତ ଦିନରେ ଏହି ସବୁ ଫୁଲ ଗଛ ଆମ ପାଣି ପବନରେ ଭଲଭାବେ ଫୁଟିଥାଏ। ତେଣୁ ଏହାକୁ ଶିକ୍ଷାନୁଷ୍ଠାନର ବିଭିନ୍ନ ସୁରକ୍ଷିତ ସ୍ଥାନରେ ରଖାଯାଇଛି।
‘ରୋଜ୍ ଗାର୍ଡେନ୍’ରେ ଲାଖୁଛି ଆଖି, ଫୁଲରେ ସଜେଇ ହୋଇଛି ‘କିଟ୍ ଓ କିସ୍’
/sambad/media/post_attachments/wp-content/uploads/2020/01/gj54gj9g7dj98gd7j98dg7j95dgjdgjdgjjjjjjjjjjjjjjjjjjjjjj.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)