ଭୁବନେଶ୍ୱର: ରୋଟାରି କ୍ଲବ୍୍ ଭୁବନେଶ୍ୱର ମେଟ୍ରୋ ଓ ଉସ୍ଥି ହସପିଟାଲ୍ର ମିଳିତ ଆନୁକୂଲ୍ୟରେ ଏକ ନୂଆ ଆମ୍ବୁଲାନ୍ସ ସେବା ଆରମ୍ଭ କରାଯାଇଛି। ରୋଟାରି ଜିଲ୍ଲା ୩୬୬୨ର ଗଭର୍ଣ୍ଣର ଅଜୟ କୁମାର ଅଗ୍ରଓ୍ଵାଲ୍ ଆମ୍ବୁଲାନ୍ସଟିକୁ ଉଦ୍ଘାଟନ କରିଛନ୍ତି। ଶ୍ରୀ ଅଗ୍ରଓ୍ଵାଲଙ୍କ ଗସ୍ତକୁ ଦୃଷ୍ଟିରେ ରଖି ରୋଟାରି କ୍ଲବ୍ ପକ୍ଷରୁ ଅନେକ କଲ୍ୟାଣମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ବରୁଣେଇସ୍ଥିତ ରାଧାକୃଷ୍ଣ ଇଞ୍ଜିନିୟରିଂ କଲେଜରେ ଏକ ରକ୍ତଦାନ ଶିବିର ଓ ଦକ୍ଷତା ବିକାଶ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଯାଁଳାସ୍ଥିତ ମଦର ଟେରେସା କୁଷ୍ଠାଶ୍ରମକୁ ବିଭିନ୍ନ ସାମଗ୍ରୀ ପ୍ରଦାନ କରାଯାଇଥିଲା। ଶ୍ରୀ ଅଗ୍ରଓ୍ଵାଲ୍ କାଟେଣୀ ନିକଟସ୍ଥ ଆଦୃତ ଶିଶୁ ଗୃହ ପରିଦର୍ଶନ କରିଥିଲେ। ସନ୍ଧ୍ୟାରେ ଏକ ହୋଟେଲ୍ରେ ବାର୍ଷିକ କ୍ଲବ୍ ପରିଦର୍ଶନ ସଭା ଆୟୋଜନ କରାଯାଇଥିଲା। ରୋଟାରି ମେଟ୍ରୋ ପ୍ରେସିଡେଣ୍ଟ୍ କେ ସି ପଟ୍ଟନାୟକଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।
ରୋଟାରି ଆମ୍ବୁଲାନ୍ସ ସେବା ଆରମ୍ଭ
/sambad/media/post_attachments/wp-content/uploads/2018/05/rotary.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)