ରୋଟାରି କ୍ଲବ୍ ଭୁବନେଶ୍ବର ପକ୍ଷରୁ ସ୍କେଟାଥନ୍

ଚନ୍ଦ୍ରଶେଖରପୁର: ଭୁବନେଶ୍ବର ପୁନଃନିର୍ମାଣ ପାଇଁ ବୃକ୍ଷରୋପଣ ବିଷୟବସ୍ତୁକୁ ଆଧାର କରି ରୋଟାରି କ୍ଲବ ଭୁବନେଶ୍ବର ପକ୍ଷରୁ ଆଜି ଏକ ସଚେତନତା ପଦଯାତ୍ରା ସ୍କେଟାଥନ ଶିଖରଚଣ୍ଡୀ ପାହାଡ଼ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଫନିରେ ଭୁବନେଶ୍ବର ସବୁଜିମା ପ୍ରଭାବିତ ହୋଇଥିବା ବେଳେ ଏହାକୁ ପୁନର୍ବାର ସବୁଜମୟ କରିବା ଲକ୍ଷ୍ୟ ନେଇ ଭୁବନେଶ୍ବର ପୁନଃନିର୍ମାଣ ଅଭିଯାନର ଅଂଶସ୍ବରୂପ ଏହି ଅଭିନବ ପ୍ରୟାସ ରୋଟାରି କ୍ଲବ ପକ୍ଷରୁ ନିଆଯାଇଛି। ଏହି କାର୍ଯ୍ୟକ୍ରମରେ ବିଏମ୍‌ସି କମିସନର ସମର୍ଥ ବର୍ମା ମୁଖ୍ୟ ଅତିଥିଭାବେ ଯୋଗଦେଇ ସ୍କେଟାଥନକୁ ଉଦ୍‌ଘାଟନ କରିଥିଲେ। ଅତିରିକ୍ତ ପୁଲିସ ମହାନିର୍ଦେଶକ (ରେଲୱେ ଓ ଉପକୂଳ ସୁରକ୍ଷା) ପ୍ରଣବିନ୍ଦୁ ଆଚାର୍ଯ୍ୟଙ୍କ ସମେତ ରୋଟାରିଆନ୍ ଡିଏନ୍ ପାଢ଼ୀ, ଦେବାଶିଷ ମିଶ୍ର, ସୌମ୍ୟରଂଜନ ମିଶ୍ର ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ରୋଟାରିଆନ ତଥା ସଭାପତି ତନ୍ମୟ ମହାନ୍ତି, ଅଧ୍ୟକ୍ଷ ଅଂଶୁମାନ ରଥ ଉପସ୍ଥିତ ଥିଲେ। ଏହି ଶୋଭାଯାତ୍ରା କିଟ୍ ଛକ, କଳିଙ୍ଗ ହସ୍ପିଟାଲ୍ ଛକ, ସୈନିକ ସ୍କୁଲ, ଆପୋଲୋ ହସ୍ପିଟାଲ୍, ଆଚାର୍ଯ୍ୟ ବିହାର ଛକ ଦେଇ ୟୁନିଟ ୯ ରୋଟାରି କ୍ଲବ ପର୍ଯ୍ୟନ୍ତ ଯାଇଥିଲା।

ସମ୍ବନ୍ଧିତ ଖବର