ରୋଟାରି କ୍ଲବ ଏକାମ୍ର କ୍ଷେତ୍ରର ସଂସ୍ଥାପନ ଉତ୍ସବ

ଭୁବନେଶ୍ବର: ରୋଟାରି କ୍ଲବ ଏକାମ୍ର କ୍ଷେତ୍ରର ୨୦୧୯-୨୦ ବର୍ଷ ପାଇଁ ସଂସ୍ଥାପନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଚଳିତ ବର୍ଷ ପାଇଁ ନୂତନ କର୍ମକର୍ତ୍ତା ନିର୍ବାଚିତ ହୋଇଥିଲେ। ଉତ୍ସବରେ ରୋଟାରି ଜିଲ୍ଲା ଗଭର୍ଣ୍ଣର ‌ଦେବାଶିଷ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଉତ୍ତର ଓଡ଼ିଶା ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ତଥା ଓଡ଼ିଶା ବିଜ୍ଞାନ ଏକାଡେମିର ପୂର୍ବତନ ସଭାପତି ପ୍ରଫେସର ସଂଘମିତ୍ରା ମହାନ୍ତି ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ। ରୋଟାରି କ୍ଲବର ସହକାରୀ ଗଭର୍ଣ୍ଣର ରମେଶ ସାହୁ କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇଥିଲେ। ଚଳିତ ବର୍ଷ ପାଇଁ ରେଖା ଦାସଙ୍କୁ ସଭାପତି, ବାଣୀ ସେନ୍‌ଗୁପ୍ତାଙ୍କୁ ସଂପାଦିକା ଓ କମଳକାନ୍ତ ମାଝିଙ୍କୁ କୋଷାଧ୍ୟକ୍ଷ ଭାବେ ନିର୍ବାଚିତ କରାଯାଇଛି। ଉତ୍ସବରେ ନମିତା ପଟ୍ଟନାୟକ ଓ ନରେଶ ଅଗ୍ରୱାଲଙ୍କୁ ନୂତନ ସଭ୍ୟ ଭାବେ ଗ୍ରହଣ କରାଯାଇଛି। କାର୍ଯ୍ୟକ୍ରମରେ ପ୍ରଣବ ମହାପାତ୍ର ସ୍ବାଗତ ଭାଷଣ ଦେଇଥିଲେ। ସ‌ରୋଜଲକ୍ଷ୍ମୀ ପଟ୍ଟନାୟକ ଓ ରାଜଲକ୍ଷ୍ମୀ ମହାପାତ୍ର ସଭା ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର