ରୋଟାରି କ୍ଲବ ଅଫ୍ ଭୁବନେଶ୍ବର କଳିଙ୍ଗର ଅଧିଷ୍ଠାନ ଦିବସ

ଭୁବନେଶ୍ବର: ରୋଟାରି କ୍ଲବ୍ ଅଫ୍ ଭୁବନେଶ୍ବର କଳିଙ୍ଗର ଅଧିଷ୍ଠାନ ଦିବସ ପାଳିତ ହୋଇଯାଇଛି। କ୍ଲବର ବିଦାୟୀ ସଭାପତି ରାଧାମୋହନ ପଟ୍ଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସକ ଅରୁଣ କୁମାର ରଥ, ମୁଖ୍ୟ ବକ୍ତାଭାବେ ତିରୁପତି ଜାତୀୟ ସଂସ୍କୃତି ବିଶ୍ବବିଦ୍ୟାଳୟ ପ୍ରାକ୍ତନ କୁଳପତି ହରେକୃଷ୍ଣ ଶତପଥୀ ଯୋଗଦେଇ କ୍ଲବର ପ୍ରଶଂସା କରିଥିଲେ। ସମାଜସେବାରେ ନିଜକୁ ନିୟୋଜିତ କରି ଏକ ସୁସ୍ଥ, ସୁନ୍ଦର ଓ ସବୁଜ ବିଶ୍ବର ସ୍ବପ୍ନକୁ ସାକାର କରିବା ପାଇଁ ସମସ୍ତେ ଚେଷ୍ଠିତ ରହିବା ଆବଶ୍ୟକ ବୋଲି ଅତିଥିମାନେ ଆହ୍ବାନ ଦେଇଥିଲେ।

କ୍ଲବର ପ୍ରଥମ ସଭାପତି ଅଶୋକ କୁମାର ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯକ୍ରମରେ ରୋଟାରି ଜିଲ୍ଲା ୩୨୬୨ର ସହକାରୀ ଗଭର୍ଣ୍ଣର ପ୍ରାଧ୍ୟାପକ ଶୁଭେନ୍ଦୁ ମହାନ୍ତି ଉପସ୍ଥିତ ଥିଲେ। ଏହି ଅବସରରେ କ୍ଲବର ମୁଖପତ୍ର ‘ଦି କଳିଙ୍ଗ’କୁ ଅତିଥିମାନେ ଲୋକାର୍ପିତ କରିଥିଲେ। କ୍ଲବର ନୂତନ ସଭାପତି ଭାବେ ତ୍ରିଲୋକ ରଞ୍ଜନ ଦାଶ ଦାୟିତ୍ବ ଗ୍ରହଣ କରିଥିବା ବେଳେ ନୂତନ ସଦସ୍ୟମାନେ କ୍ଲବରେ ଯୋଗଦାନ ପୂର୍ବକ ଶପଥପାଠ କରିଥିଲେ। କାର୍ଯ୍ୟକ୍ରମରେ ରୋଟାରି ଜିଲ୍ଲାର ପୂର୍ବତନ ଗଭର୍ଣ୍ଣର ଅଶ୍ବିନୀ କୁମାର କର, ଦିଲ୍ଲୀପ କୁମାର ପଟ୍ଟନାୟକ, ଶିବବ୍ରତ ଦାଶ, ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ କ୍ଲବର ନୂତନ ସଂପାଦକ ତ୍ରିଲୋକ ରଞ୍ଜନ ଦାଶ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର