ଚନ୍ଦ୍ରଶେଖରପୁର: ମଞ୍ଚେଶ୍ବର ରେଲୱେ ଅଡିଟୋରିୟମ୍ ଠାରେ ରୋଟାରି କ୍ଲବ୍ର ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ରୋଟାରଇ ଡିଷ୍ଟ୍ରିକ୍ ୩୨୬୨ ପକ୍ଷରୁ ଆୟୋଜିତ ସମ୍ମିଳନୀରେ ଡିଷ୍ଟ୍ରିକ୍ ଗଭର୍ଣ୍ଣର ରୋଟାରିଆନ ଦେବାଶିଷ ମିଶ୍ରଙ୍କ ସଭାପତିତ୍ବରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ସାଂସଦ ଅଚ୍ୟୁତ ସାମନ୍ତ ଓ ଅମର ପଟ୍ଟନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇ ରୋଟାରି କ୍ଲବ୍ ଦ୍ବାରା ଦେଶରେ ଚାଲିଥିବା ସମାଜସେବା କାର୍ଯ୍ୟକୁ ପ୍ରଶଂସା କରିଥିଲେ। ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ କ୍ଲବ୍ର ରୋଟାରିଆନମାନେ ଉପସ୍ଥିତ ରହି ଲୋକମାନଙ୍କୁ ସମାଜସେବା ପ୍ରତି ଆକୃଷ୍ଟ କରିବା ସହ ନିଜ ରାଜ୍ୟର ବାର୍ଷିକ ବିବରଣୀ ପ୍ରକାଶ କରିଥିଲେ। ରୋଟାରି ଡିଷ୍ଟ୍ରିକ୍ ୩୨୬୨ ଓଡ଼ିଶା ଦ୍ବାରା ଚଳିତବର୍ଷ ରାଜ୍ୟର ବିଭିନ୍ନ ସ୍ଥାନରେ ୧୦୦ରୁ ଅଧିକ ପାନୀୟ ଜଳ ଏଟିଏମ୍ ସ୍ଥାପନ କରାଯାଇଛି। ୧୦୦ ସ୍କୁଲ୍ରେ ପିଲାମାନଙ୍କ ଶିକ୍ଷା ସୁବିଧା ପାଇଁ ଚୌକି ଓ ବେଞ୍ଚ ପ୍ରଦାନ କରାଯାଇଛି। ରାଜ୍ୟର ପ୍ରାୟ ୩୦୦୦ ବ୍ୟକ୍ତିଙ୍କର ମାଗଣାରେ ମେତିଆବିନ୍ଦୁ ଅସ୍ତ୍ରୋପଚାର କରାଯାଇଥିବା ସୂଚନା ଦିଆଯାଇଛି। ରୋଟାରିଆନ ଜୋହନ୍ ମିଲେସ୍ ବଂଶୀ ଧନୁର୍ଦ୍ଧର, ରେଭରେଣ୍ଡ ପାଟ୍ରିକ୍ ରୋନି (ୟୁଏସଏ), ରୋଟାରିଆନ ଶେଖର ମେହେଟ୍ଟା ଓ ରୋଟାରିଆନ ଜନ୍ ମାଇଲ୍ସ, ଫିଓନା ମାଇଲ୍ସ ସମ୍ମିଳନୀରେ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ମୋଟିଭେଟର୍ ଦେବଦତ୍ତ ପଟ୍ଟନାୟକ ଓ ଆନନ୍ଦ କୁମାର ସମାଜସେବା କିପରି ମାନସିକ ଶାନ୍ତି ଦେଇଥାଏ ସେନେଇ ସମସ୍ତଙ୍କୁ ବୁଝାଇଥିଲେ। ଏହି ଅବସରରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଶ୍ରୀ ସାମନ୍ତ ରୋଟାରି ଇଣ୍ଟରନ୍ୟାସନାଲ୍ ସହଯୋଗରେ ଚଳିତବର୍ଷ ଶେଷ ସୁଦ୍ଧା କୋଲକାତାରେ ୧୦୦୦ ଛାତ୍ର ବିଶିଷ୍ଟ ଆଦିବାସୀ ସ୍କୁଲ ପ୍ରତିଷ୍ଠା ନେଇ ଘୋଷଣା କରିଥିଲେ।
ରୋଟାରି କ୍ଲବର ସମାଜସେବାକୁ ପ୍ରଶଂସା
/sambad/media/post_attachments/wp-content/uploads/2019/12/6h54sfd95h4fsh987fs4h65f4sh654sfh654sfh4sf65h4sfhsfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)