ରୋଟାରି କ୍ଲବ୍‌ର ତୃତୀୟ ସ୍ବନକ୍ଷତ୍ର ଉତ୍ସବ

ଭୁବନେଶ୍ବର: ସ୍ଥାନୀୟ ରୋଟାରି କ୍ଲବ୍‌ ଅଫ୍‌ ୟୁନିକ୍‌ର ତୃତୀୟ ସ୍ବନକ୍ଷତ୍ର ଉତ୍ସବ ମାଷ୍ଟରକ୍ୟାଣ୍ଟିନ୍‌ସ୍ଥିତ ହୋଟେଲ ସ୍ବସ୍ତି ଗ୍ରାଣ୍ଡଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରଭୁଦତ୍ତ ସୁବୁଦ୍ଧି ମୁଖ୍ୟଅତିଥି, ଖଲ୍ଲିକୋଟ ସ୍ବୟଂଶାସିତ ମହାବିଦ୍ୟାଳୟର ଉପଧ୍ୟ‌ାକ୍ଷ ସିଦ୍ଧା‌ର୍ଥ ଶଙ୍କର ପାଢ଼ୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ରୋଟାରିର ସାମାଜିକ ଦିଗ ଏବଂ ପାରିବାରିକ ସହଯୋଗ ବିଷୟରେ ଆଲୋଚନା କରିଥିଲେ।

କାର୍ଯ୍ୟକ୍ରମରେ ଆର୍ଥିକ ଅନଗ୍ରସର ତଥା ଗରିବ ଶ୍ରେଣୀର ତିନି ମେଧାବୀ ଛାତ୍ରୀଙ୍କୁ ମୋବାଇଲ୍‌ ପ୍ରଦାନ କରାଯାଇଥିଲା। ଏହାଦ୍ବାରା ସେମାନେ ଅନ୍‌ଲାଇନ୍‌ ମାଧ୍ୟମରେ ଶିକ୍ଷାଗ୍ରହଣ କରିବାରେ ସମର୍ଥ ହୋଇପାରିବେ ବୋଲି କୁହାଯାଇଥିଲା। ପରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ସଂଗୀତ ନିର୍ଦ୍ଦେଶକ ଲକ୍ଷ୍ମୀକାନ୍ତ ପାଲିତ୍‌ଙ୍କ ତତ୍ତ୍ବାବଧାନରେ ରଣନ୍ଦୀପ ପାଲିତ୍‌, ବନ୍ଦୀଶା ପାଲିତ୍‌ ଓ ନେହା ନୀହାରିକା ପ୍ରମୁଖ ଗୀତ ଗାଇ ଦର୍ଶକଙ୍କ ମନୋରଂଜନ କରିଥିଲେ।

ସରୋଜ ତ୍ରିପାଠୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ସଭାପତି ଶିଶିର କୁମାର ପଟ୍ଟନାୟକ, ଭାର‌ତେନ୍ଦ୍ର ତ୍ରିପାଠୀ, ଦିବ୍ୟରଞ୍ଜନ ଦାଶ, ଆର୍ଯ୍ୟା ପାଣିଗ୍ରାହୀ, ସୀମା ଅଗ୍ରୱାଲ୍‌, ଅସୀମା ପଣ୍ଡା, ସଂଘମିତ୍ରା ରଥ, ଶିକ୍ଷାବିତ୍‌ କାର୍ତ୍ତିକ ଚନ୍ଦ୍ର ଦାଶ, ଅନନ୍ତ କିଶୋର ଜେନା, ଦେବୀଦତ୍ତ ଦାସ, ଧୀରେନ୍‌ ଚାନ୍ଦ ନାୟକ, ନିରୋଜ ନୟନ ଦତ୍ତ, ସତ୍ୟନାରାୟଣ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର