ଭୁବନେଶ୍ବର: ରୋଟାରି ଇ-କ୍ଲବ ମହୋଦଧି, ଓଡ଼ିଶା ଓ ହ୍ୟୁମାନ ପୋଟେନସିଆଲ ଡେଭେଲପମେଣ୍ଟ ଟ୍ରଷ୍ଟ, ଭୁବନେଶ୍ବରର ମିଳିତ ଉଦ୍ୟମରେ ଡୁମୁଡୁମାସ୍ଥିତ ରଘୁନାଥ ନଗରଠାରେ ସ୍କୁଲ ଛାତ୍ରଛାତ୍ରୀମାନଙ୍କ ପାଇଁ ନିଶୁଳ୍କ ବ୍ୟକ୍ତିତ୍ବ ବିକାଶ ତାଲିମ କାର୍ଯ୍ୟକ୍ରମ ଆଜି ଉଦଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ହେଲା ପିଲାମାନେ ଯେପରି କୌଣସି ପରିସ୍ଥିତିରେ ହାରି ନ ଯାଇ ନିଜ ଜୀବନକୁ ଗଢ଼ି ତୋଳିବେ ତାର ବିଭିନ୍ନ କୌଶଳ ସେମାନଙ୍କୁ ଶିଖାଇବ। ଦୁଇଘଣ୍ଟା ଅବଧିର ୨୦ଟି କ୍ଲାସ ଅର୍ଥାତ ଚାଳିଶ ଘଣ୍ଟାର ଏହି ତାଲିମକୁ ସୃଜନାତ୍ମକ ଶୈଳୀରେ ବିଭିନ୍ନ ଖେଳକୁଦ ଓ ବୁଦ୍ଧି ପରୀକ୍ଷା ଦ୍ବାରା ଛାତ୍ରଛାତ୍ରୀମାନଙ୍କୁ ବୁଝାଇ ଦିଆଯିବ।
ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ରୋଟାରିଆନ ଶାନ୍ତନୁ କୁମାର ପାଣି, ରୋଟାରିଆନ ଝରଣା ପାଣି, ରୋଟାରି ବ୍ଲକ ରାଜଧାନୀର ରୋଟାରିଆନ ଚିନ୍ମୟ ମହାପାତ୍ର ଆଭାସୀ ମାଧ୍ୟମରେ ରୋଟାରି ଇ-କ୍ଲବ ମହୋଦଧିର ରୋଟାରିଆନ ସର୍ବେଶ୍ବର ସାହୁ ଏହି ଉଦଘାଟନ ଉତ୍ସବରେ ଯୋଗ ଦେଇ ପିଲାମାନଙ୍କୁ ଆର୍ଶୀବାଦ ପ୍ରଦାନ କରିଥିଲେ। ଅଭାସୀ ମାଧ୍ୟମରେ ରୋଟାରି ଇ-କ୍ଲବ ମହୋଦଧିର ଚାର୍ଟଡ ପ୍ରେସିଡେଣ୍ଟ ଡ ହର ପ୍ରସନ୍ନ ଦାସ, ଦିଲ୍ଲୀରୁ ରୋଟାରିଆନ ସୁକାନ୍ତ ବେଉରା, ନିରଞ୍ଜନ ବେହେରା, ଘାନାରୁ ରୋଟାରିଆନ ସରୋଜ ପଟ୍ଟନାୟକ, ନାଇଜେରିଆରୁ ରୋଟାରିଆନ ରମେଶ ବିଶ୍ବାଳ, ରୋଟାରିଆନ ସଂଗ୍ରାମ କେଶରୀ ପଟ୍ଟନାୟକ, ଅହମଦାବାଦରୁ ରୋଟାରିଆନ ବସନ୍ତ ପଣ୍ଡା, ନାଭି ମୁମ୍ବାଇରୁ ଡ ଭଗବାନ ପଣ୍ଡା, ଟ୍ରଷ୍ଟର ମ୍ୟାନେଜିଂ ଟ୍ରଷ୍ଟି ରାଜକୁମାର ସୁତାର, ରୋଟାରିଆନ ରମେଶ ଚନ୍ଦ୍ର ସାହାଣି ଓ ରୋଟାରିଆନ ବିରଞ୍ଚି ନାରାୟଣ ମଲ୍ଲିକ ଇତ୍ୟାତି ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ପିଲାମାନଙ୍କୁ ଉତ୍ସାହିତ କରିଥିଲେ। ଟିମ ଲିଡର ମୀନା ସୁବୁଦ୍ଧି କାର୍ଯ୍ୟକ୍ରମର ପରିଚାଳନା କରିଥିବ। ବେଳେ ଟ୍ରଷ୍ଟି କିର୍ତ୍ତୀ ଦାସ ସଭାପତିତ୍ବ କରିଥିଲେ। ଶେଷରେ ସହଯୋଗୀ ଏଲିଜା ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।