‌ରୋଟାରି ଆନ୍ଦୋଳନ ବ୍ୟାପକ ହେଲେ ସମାଜରୁ କୁସଂସ୍କାର ହଟିବ: ନିରଂଜନ

ଭୁବନେଶ୍ବର: ରୋଟାରି କ୍ଲବ ଭୁବନେଶ୍ବର ସେଣ୍ଟ୍ରାଲର ଅଧିଷ୍ଠାନ ଉତ୍ସବ ପାଳିତ ହୋଇଯାଇଛି। ଏଥିରେ ପୂର୍ବତନ ରୋଟାରିଆନ୍‌ ତଥା ପ୍ରଦେଶ କଂଗ୍ରେସ ସଭାପତି ନିରଂଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ଯେ ସମାଜସେବା କ୍ଷେତ୍ରରେ ସାରା ବିଶ୍ବରେ ରୋଟାରି ଅନୁଷ୍ଠାନ ଯଥେଷ୍ଟ ସୁନାମ ଅର୍ଜନ କରିଛି। ପୋଲିଓ ଭଳି ଏକ ରୋଗ ବିରୋଧରେ ରୋଟାରି ଯେଉଁ ସଂକଳ୍ପ ନେଇ କାର୍ଯ୍ୟ କଲା, ତାହା ସାରା ବିଶ୍ବ ଜାଣିଛି। ଏବେ କୁ-ସଂସ୍କାର ବିରୋଧରେ ରୋଟାରିଆନ୍‌ମାନେ କାର୍ଯ୍ୟ କରିବାକୁ ସେ ଆହ୍ବାନ ଦେଇଥିଲେ।

ମୁଖ୍ୟବକ୍ତା ଭାବେ ସଂସ୍କୃତ ବିଦ୍ବାନ ପ୍ରଫେସର୍‌ ହରେକୃଷ୍ଣ ଶତପଥୀ ଯୋଗଦେଇ କହିଲେ ଯେ ସେବା ଏକ ଅନ୍ତନିର୍ହିତ ଇଚ୍ଛାଶକ୍ତିର ପରିପ୍ରକାଶ। ରୋଟାରିରେ କାର୍ଯ୍ୟ କରୁଥିବା ସଦସ୍ୟ/ ସଦସ୍ୟାମାନଙ୍କର ନିସ୍ବାର୍ଥପର ସେବାର ସେ ବହୁ ଉଦାହରଣ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଦିବ୍ୟଜୀବନ ସଂଘର ସନ୍ଥ ସ୍ବାମୀ ଜଗନ୍ନାଥାନନ୍ଦ ସରସ୍ବତୀ, ପୂର୍ବ ପ୍ରଶାସକ ତଥା ପୂର୍ବ ଜିଲ୍ଲା ଗଭର୍ଣ୍ଣର୍‌ ନରେନ୍ଦ୍ର କୁମାର ମିଶ୍ର କହିଥିଲେ ଯେ ସେବାର କିଛି ପ୍ରକାର‌ ଭେଦ ନାହିଁ। ମନୋବୃତ୍ତି ଉପରେ ନିର୍ଭର କରେ। ଏହି ଅବସରରେ ଶିକ୍ଷାବିତ୍‌ ଡ. ବଦ୍ରିନାଥ ପଟ୍ଟନାୟକ ୨୦୨୧-୨୨ବର୍ଷ ପାଇଁ ସଭାପତି ଦାୟିତ୍ବ ଡ. ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କୁ ଅର୍ପଣ କରିଥିଲେ। ସେହିପରି ନାଟ୍ୟ ନିର୍ଦ୍ଦେଶିକା ବିୟୋତ୍‌ପ୍ରଜ୍ଞା ତ୍ରିପାଠୀଙ୍କୁ ନୂତନ ସଦସ୍ୟା ଭାବେ ଗ୍ରହଣ କରାଯାଇଥିଲା। ଡ. ନିବେଦିତା ପଟ୍ଟନାୟକ, ଶ୍ରୀମତୀ ତ୍ରିପାଠୀଙ୍କୁ ରୋଟାରି ପଦକ ପ୍ରଦାନ କରାଯାଇଥିଲା। ରୋଟାରି ଏଡିଜି ସୁବ୍ରତ କୁମାର ମିଶ୍ର ଉପସ୍ଥିତ ଥିଲେ। ନିର୍ବାଚିତ ସଭାପତି ଡ. ସ‌ୌରେନ୍ଦ୍ର କୁମାର ମହାପାତ୍ର ଅତିଥି ପରିଚୟ, ପୂର୍ବତନ ସଂପାଦକ ଶେଖର ସାମନ୍ତରାୟ ବିବରଣୀ ପାଠ ଓ ସଂପାଦକ ଜ୍ୟୋତିପ୍ରକାଶ ମହାନ୍ତି ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର