ଚନ୍ଦ୍ରଶେଖରପୁର, : ଚନ୍ଦ୍ରଶେଖରପୁରସ୍ଥିତ ଏକ ଇଲେକ୍ଟ୍ରୋନିକ୍ସ ଦୋକାନରୁ ୧୦ ହଜାର ଟଙ୍କା ଲୁଟ୍ ହୋଇଛି। ଦୋକାନୀଜଣଙ୍କ ଆଜି ମଧ୍ୟାହ୍ନରେ ଭିତରେ ଥିବା ଆଉ ଏକ ଘରେ ଖାଉଥିବା ବେଳେ କିଛି ଦୁର୍ବୃତ୍ତ ତାଙ୍କ ଦୋକାନ ଭିତରେ ପଶି କ୍ୟାସ୍ ଡ୍ର’ରୁ ଟଙ୍କା ଲୁଟି ନେଇଥିଲେ। ପରେ ସିସିଟିଭି ଫୁଟେଜ୍ରୁ ଏ ସଂପର୍କରେ ଜାଣିବା ପରେ ଦୋକାନୀଜଣଙ୍କ ସ୍ଥାନୀୟ ଇନ୍ଫୋସିଟି ଥାନାରେ ଏତଲା ଦେଇଛନ୍ତି। ଅଭିଯୋଗକୁ ଭିତ୍ତି କରି ପୁଲିସ୍ ଘଟଣାସ୍ଥଳରେ ଛାନଭିନ୍ କରିବା ସହ ସିସିଟିଭି ଫୁଟେଜ୍ରୁ ଲୁଟେରାମାନଙ୍କୁ ଚିହ୍ନଟ କରିବା ପାଇଁ ଚେଷ୍ଟା ଚଳାଇଛି। ଲୁଟ୍ର ଶିକାର ବ୍ୟବସାୟୀଜଣଙ୍କ ହେଲେ, ରିଙ୍କୁ ପଣ୍ଡା। ତାଙ୍କ ଅଭିଯୋଗ ଅନୁଯାୟୀ, ଆଜି ମଧ୍ୟାହ୍ନରେ ସେ ଖାଉଥିବା ବେଳେ କିଛି ଗ୍ରାହକ ତାଙ୍କ ଦୋକାନକୁ ଆସିଥିଲେ। ରିଙ୍କୁ ତାଙ୍କୁ କିଛି ସମୟ ଅପେକ୍ଷା କରିବାକୁ କହିଥିଲେ। ରିଙ୍କୁଙ୍କ ଅନୁପସ୍ଥିତିର ସୁଯୋଗ ନେଇ ଦୁର୍ବୃତ୍ତମାନେ କ୍ୟାସ୍ ଡ୍ର’ରୁ ଟଙ୍କା ନେଇ ଯାଇଥିଲେ।
ଦୋକାନରେ ପଶି କ୍ୟାସ୍ ଡ୍ର’ରୁ ନେଇଗଲେ ୧୦ ହଜାର
/sambad/media/post_attachments/wp-content/uploads/2021/09/loot-e1601884111978-640x430-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)