ବାରଙ୍ଗ/ତ୍ରିଶୂଳିଆ: ଆଜି ବାରଙ୍ଗ କେନାଲ ଛକରୁ ସ୍ବତନ୍ତ୍ର ଅବକାରୀ ବିଭାଗ ବ୍ରାଉନ୍ସୁଗାର ବେପାର କରୁଥିବା ଅଭିଯୋଗରେ ୨ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ସ୍ଥାନୀୟ ବେଲଗଛିଆ ଗ୍ରାମର ପ୍ରଶାନ୍ତ ବେହେରା (୪୩) ଓ ନନ୍ଦନକାନନ ଥାନା ପଦାସାହି ଗ୍ରାମର ସନ୍ତୋଷ ବେହେରା(୩୯)। ସେମାନଙ୍କଠାରୁ ୧୬୫ ଗ୍ରାମ୍ ଓଜନର ବ୍ରାଉନ୍ସୁଗାର ଓ ଏକ ପଲସର ବାଇକ୍ (ଓଆର୍ ବିଟି-୫୮୬୩) ଜବତ କରାଯାଇଛି। ଜବତ ଧଳାଜହରର ବଜାର ମୂଲ୍ୟ ୧୭ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଇଛି। ଏମାନେ ଦୀର୍ଘ ଦିନ ହେଲା ଏହି ବେପାରରେ ସମ୍ପୃକ୍ତ ଥିବା ସୂଚନା ପାଇ କଟକ ଅବକାରୀ ବିଭାଗ ସ୍ବତନ୍ତ୍ର ଆଇଆଇସି ଜଗଦୀଶ ଚନ୍ଦ୍ର ସାମଲ ସଦଳବଳେ ଚଢ଼ଉ କରିଥିଲେ।
୧୭ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୨ ଗିରଫ
/sambad/media/post_attachments/wp-content/uploads/2020/12/d4g6dg465d465ad465gddgagdgd.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)