ବେଆଇନ ଚାଲାଣ ଅଭିଯୋଗ, ୨ଲକ୍ଷ ୨୯ ହଜାର ଧରିଲେ, ଯାଞ୍ଚ ପରେ ଫେରାଇଲେ

ଭୁବନେଶ୍ୱର : ନିର୍ବାଚନ ସମୟରେ ବେଆଇନ ଭାବରେ ନଗଦ ଟଙ୍କା ଚାଲାଣ ଉପରେ ରୋକ୍‌ ଲଗାଇବା ପାଇଁ ନିର୍ବାଚନ କମିସନଙ୍କ ନିର୍ଦ୍ଦେଶରେ ସ୍ବତନ୍ତ୍ର ଟିମ୍‌ କାମ କରୁଛି। ଆଜି ବୁଦ୍ଧନଗର ଅଞ୍ଚଳରୁ ଷ୍ଟାଟିକ୍‌ ସର୍ଭେଲାନ୍ସ ଟିମ୍‌ (ଏସ୍‌ଏସ୍‌ଟି) ୨ଲକ୍ଷ ୨୭ ହଜାର ଟଙ୍କା ଜବତ କରିବା ପରେ ଫେରାଇଛି। ଜବତ ହେବା ପରେ କେଉଁ ଉତ୍ସରୁ ଟଙ୍କା ଆସିଥିଲା ତାହା ପ୍ରମାଣ ହେବା ପରେ ଟିମ୍‌ ଅର୍ଥ ଫେରାଇବାକୁ ବାଧ୍ୟ ହୋଇଛି। ସୂଚନା ଅନୁଯାୟୀ ଖଣ୍ଡଗିରି ଅଞ୍ଚଳରେ ଥିବା‌ ଆଇ-ନିଟ୍‌ ସଂସ୍ଥା‌ର ଜଣେ କର୍ମଚାରୀ ଏହି ନଗଦ ଅର୍ଥ ନେଇ ବ୍ୟାଙ୍କ୍‌ ଜମା କରିବା ପାଇଁ ଯାଉଥିଲେ। ହେଲେ ତାଙ୍କ ପିଲାଙ୍କର ସ୍କୁଲ ଫେରିବା ସମୟ ହୋଇଥିବାରୁ ବୁଦ୍ଧନଗର ଅଞ୍ଚଳରେ ଥିବା ଇଂରାଜୀ ମାଧ୍ୟମ ବିଦ୍ୟାଳୟକୁ ଯାଇଥିଲେ। ସେଠାରେ ଏହି ଏସ୍‌ଏସ୍‌ଟିର ସଦସ୍ୟ ପହଞ୍ଚି ଟଙ୍କାକୁ ଜବତ କରିଥିଲେ। ଏହା ପରେ ସମ୍ପୃକ୍ତ କର୍ମଚାରୀ ପିଲାଙ୍କଠାରୁ ମୁଣ୍ଡପିଛା ଆଦାୟ ହୋଇଥିବା ଟଙ୍କାର ରସିଦ୍‌ ଆଣି ଦେଖାଇଥିଲେ। ଏହି ରସିଦ୍‌ ସହ ଜବତ ଟଙ୍କାର ପରିମାଣ ମିଶିଯିବା ପରେ ଟଙ୍କାକୁ ଫେରାଇ ଦିଆଯାଇଥିଲା।

ସମ୍ବନ୍ଧିତ ଖବର