କରୋନା ପାଇଁ ବିଏମ୍‌ସିକୁ ପୁଣି ୨୦ କୋଟି ଟଙ୍କା ମଂଜୁର କଲେ ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟ ସରକାର ଭୁବନେଶ୍ୱର ମହାନଗର ନିଗମକୁ ପୁଣି ୨୦ କୋଟି ଟଙ୍କା ମଂଜୁରୀ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଏହି ଟଙ୍କା ମଂଜୁର ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଟଙ୍କା ମଂଜୁର କରିଛନ୍ତି । କୋଭିଡ ପରିଚାଳନା ପାଇଁ ଏହି ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାପଡ଼ିଛି । ସୂଚନାଯୋଗ୍ୟ, କୋଭିଡ ପରିଚାଳନା ପାଇଁ ପୂର୍ବରୁ ଭୁବନେଶ୍ୱର ମହାନଗରକୁ ୭୭ କୋଟି ଟଙ୍କା ମଂଜୁରୀ କରାଯାଇଥିଲା ।

 

ସୂଚନାଯୋଗ୍ୟ, ବର୍ତ୍ତମାନ ପରିପ୍ରେକ୍ଷୀରେ ରାଜ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ଅଧିକ ଲୋକ ସଂକ୍ରମିତ ହେଉଥିବା ନଜିର ରହିଛି । ରାଜ୍ୟର ରାଜଧାନୀ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତଭୁକ୍ତ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଚିହ୍ନଟ ହେଉଥିବା କରୋନା ସଂକ୍ରମିତଙ୍କ ମଧ୍ୟରେ ଭୁବନେଶ୍ୱରରେ ଅଧିକ ପଜିଟିଭ ଦେଖାଯାଉଛି । ଏଠାରେ ବହୁ ସଂଖ୍ୟାରେ ଲୋକ କରୋନା ପଜିଟିଭ ଚିହ୍ନଟ ହେଉଥିବାରୁ ଭିତ୍ତିଭୂମିର ଅଧିକ ଆବଶ୍ୟକତା ରହିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଏମସିକୁ ପୁଣି ଥରେ ୨୦ କୋଟି ଟଙ୍କା ମଂଜୁର କରିଛନ୍ତି ।

ସମ୍ବନ୍ଧିତ ଖବର