ଭୁବନେଶ୍ୱର: କୋଭିଡ୍-୧୯ ନିୟମ ଉଲ୍ଲଂଘନ କରିବା ରାଜଧାନୀର ଆଜି ଏକ ହୋଟେଲ୍ ମାଲିକଙ୍କୁ ମହଙ୍ଗା ପଡ଼ିଛି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି)ର ଦକ୍ଷିଣ-ପୂର୍ବ ଜୋନ୍ର ଇନ୍ଫୋରସମେଣ୍ଟ ଟିମ୍ ଖାରବେଳ ନଗର ଅନ୍ତର୍ଗତ ପ୍ରିୟା ହୋଟେଲରେ ଅତର୍କିତ ଚଢ଼ାଉ କରିଛନ୍ତି। ହୋଟେଲରେ ଗ୍ରାହକମାନେ କୋଭିଡ-୧୯ ନିୟମ ଉଲ୍ଲଂଘନ କରି ଭୋଜନ କରୁଥିବାରୁ ଟିମ୍ ହୋଟେଲ ମାଲିକଙ୍କୁ ୨୦ ହଜାର ଟଙ୍କା ଜରିମାନା କରିଛନ୍ତି। ଚଢ଼ାଉ ସମୟରେ ହୋଟେଲରେ ସାମାଜିକ ଦୂରତ୍ୱ କଟକଣାକୁ ପାଳନ କରାଯାଉ ନଥିଲା। ସେହିପରି ହୋଟେଲ ପରିସରରେ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା।
/sambad/media/post_attachments/wp-content/uploads/2020/12/7c40d91c-d8ee-47f7-b7a9-8967c30cb41d-1.jpg)
ସମଗ୍ର ରାଜ୍ୟ ସମେତ ଭୁବନେଶ୍ୱରରେ ପୂର୍ବତୁଳନାରେ କରୋନା ଭାଇରସ ସଂକ୍ରମଣ ନିୟନ୍ତ୍ରଣରେ ରହିଛି। କିନ୍ତୁ କରୋନା ନିୟନ୍ତ୍ରଣରେ ଥିଲେ ବି ଅଚାନକ ଏହାର ପ୍ରବାହ ନ ଆସିବା ତାହାର କିଛି ନିଶ୍ଚିତତା ନାହିଁ। ତେଣୁ ଏସବୁକୁ ଦୃଷ୍ଟିରେ ରଖି କୋଭିଡ-୧୯ କଟକଣାକୁ ଦୃଷ୍ଟିରେ ରଖି ବ୍ୟବସାୟିକ ସଂସ୍ଥାଗୁଡ଼ିକ ଖୋଲାଯାଇଛି। ବିଏମ୍ସିର ଏନ୍ଫୋର୍ସଟିମ୍ ବଜାର ଉପରେ ସତର୍କ ଦୃଷ୍ଟି ଦେଇଥିଲେ ବି କୋଭିଡ-୧୯ର ଉଲ୍ଲଂଘନ ହେଉଛି।
/sambad/media/post_attachments/wp-content/uploads/2020/12/Priya-Hotel.jpg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/fine-to-hotel15_Thumb.jpg)