କୋଭିଡ୍‌ ନିୟମ ଉଲ୍ଲଂଘନ ମହଙ୍ଗା ପଡ଼ିଲା; ରାଜଧାନୀର ଏହି ହୋଟେଲକୁ ୨୦ ହଜାର ଟଙ୍କା ଜରିମାନା

ଭୁବନେଶ୍ୱର: କୋଭିଡ୍‌-୧୯ ନିୟମ ଉଲ୍ଲଂଘନ କରିବା ରାଜଧାନୀର ଆଜି ଏକ ହୋଟେଲ୍‌ ମାଲିକଙ୍କୁ ମହଙ୍ଗା ପଡ଼ିଛି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ଦକ୍ଷିଣ-ପୂର୍ବ ଜୋନ୍‌ର ଇନ୍‌ଫୋରସମେଣ୍ଟ ଟିମ୍‌ ଖାରବେଳ ନଗର ଅନ୍ତର୍ଗତ ପ୍ରିୟା ହୋଟେଲରେ ଅତର୍କିତ ଚଢ଼ାଉ କରିଛନ୍ତି। ହୋଟେଲରେ ଗ୍ରାହକମାନେ କୋଭିଡ-୧୯ ନିୟମ ଉଲ୍ଲଂଘନ କରି ଭୋଜନ କରୁଥିବାରୁ ଟିମ୍‌ ହୋଟେଲ ମାଲିକଙ୍କୁ ୨୦ ହଜାର ଟଙ୍କା ଜରିମାନା କରିଛନ୍ତି। ଚଢ଼ାଉ ସମୟରେ ହୋଟେଲରେ ସାମାଜିକ ଦୂରତ୍ୱ କଟକଣାକୁ ପାଳନ କରାଯାଉ ନଥିଲା। ସେହିପରି ହୋଟେଲ ପରିସରରେ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା।

ସମଗ୍ର ରାଜ୍ୟ ସମେତ ଭୁବନେଶ୍ୱରରେ ପୂର୍ବତୁଳନାରେ କରୋନା ଭାଇରସ ସଂକ୍ରମଣ ନିୟନ୍ତ୍ରଣରେ ରହିଛି। କିନ୍ତୁ କରୋନା ନିୟନ୍ତ୍ରଣରେ ଥିଲେ ବି ଅଚାନକ ଏହାର ପ୍ରବାହ ନ ଆସିବା ତାହାର କିଛି ନିଶ୍ଚିତତା ନାହିଁ। ତେଣୁ ଏସବୁକୁ ଦୃଷ୍ଟିରେ ରଖି କୋଭିଡ-୧୯ କଟକଣାକୁ ଦୃଷ୍ଟିରେ ରଖି ବ୍ୟବସାୟିକ ସଂସ୍ଥାଗୁଡ଼ିକ ଖୋଲାଯାଇଛି। ବିଏମ୍‌ସିର ଏନ୍‌ଫୋର୍ସଟିମ୍‌ ବଜାର ଉପରେ ସତର୍କ ଦୃଷ୍ଟି ଦେଇଥିଲେ ବି କୋଭିଡ-୧୯ର ଉଲ୍ଲଂଘନ ହେଉଛି।

ସମ୍ବନ୍ଧିତ ଖବର