ଭୁବନେଶ୍ବର : ଭୁବନେଶ୍ବର ମହାନଗର ନିଗମରେ ବିଗତ ଆର୍ଥିକ ବର୍ଷରେ ଓଦା ଓ ଶୁଖିଲା ଅଳିଆ ନେବା ପାଇଁ ୭କୋଟି ୮୧ଲକ୍ଷ ୭୯ହଜାର ୩୨୫ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ବର୍ଜ୍ୟବସ୍ତୁ ନେବା ପାଇଁ ମୋଟ୍ ୨୨୪କୋଟି ୨୧ଲକ୍ଷ ୭୧ହଜାର ୪୭୯ ଟଙ୍କା ଖର୍ଚ୍ଚ ହୋଇଛି।
ଏବେ ୮ଟି ସଂସ୍ଥା ସଫେଇ କାମ କରୁଛନ୍ତି। ସେଗୁଡ଼ିକ ହେଲା ପ୍ରତ୍ୟୁଷ, ଜାଗୃତି ୱେଲଫେୟାର ଅର୍ଗାନାଇଜେସନ୍, ହର୍ଷବର୍ଦ୍ଧନେ ରଡ୍ଡୀ, ବିଏମ୍ସି, ଆୱାରଲ୍ୟାଣ୍ଡ ଇଞ୍ଜିନିୟରିଂ ୱାର୍କସ ପ୍ରାଇଭେଟ୍ ଲିମିଟେଡ୍, ଗ୍ରିନ୍ ସର୍କଲ। ସେମାନଙ୍କୁ ମୋଟ୍ ୨୧୬ କୋଟି ୩୯ଲକ୍ଷ ୯୨ହଜାର ୧୫୪ଟଙ୍କାର କାର୍ଯ୍ୟାଦେଶ ଦିଆଯାଇଛି। ବିଧାୟକ ସୁରେଶ କୁମାର ରାଉତରାୟଙ୍କ ଏକ ପ୍ରଶ୍ନର ଲିଖିିତ ଉତ୍ତର ଦେଇ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ ଏହି ସୂଚନା ଦେଇଛନ୍ତି।