ଭୁବନେଶ୍ବର : ୨୩ ହଜାର ଜରିମାନା ଆଦାୟ

ଭୁବନେଶ୍ବର : କରୋନା କଟକଣା ଉଲ୍ଲଂଘନ କରିଥିବାରୁ ବିଏମ୍‌ସି ଦକ୍ଷିଣ-ପଶ୍ଚିମ ଜୋନ୍‌ ପକ୍ଷରୁ ଆଜି ଖଣ୍ଡିଗରି ନିକଟବର୍ତ୍ତୀ ଅଞ୍ଚଳରୁ ୨୩ ହଜାର ଟଙ୍କା ଜରିମାନା ଆଦାୟ କରିଛି। ସୂଚନା ଅନୁଯାୟୀ, ମାସ୍କ ପିନ୍ଧିନଥିବାରୁ ୧୨ଜଣଙ୍କଠାରୁ ୫୦୦ଟଙ୍କା ହିସାବରେ ୬ହଜାର ଟଙ୍କା ଲେଖାଏଁ ଆଦାୟ ହୋଇଛି। ୟୁନିଟ-୮ସ୍ଥିତ ଗଙ୍ଗା ସାହୁ ‌ଗ୍ରୋସରି ଦୋକାନରେ ସାମାଜିକ ଦୂରତା ନଥିବାରୁ ଦୋକାନୀଙ୍କୁ ୧୦ ହଜାର ଟଙ୍କା, ମା’ ହୋଟେଲ, କନକ ଦୁର୍ଗା ହୋଟେଲ ଏବଂ ପାତ୍ରପଡ଼ା ନିକଟ ତାରିଣୀ ହୋଟେଲକୁ ଦୁଇ ହଜାର ଟଙ୍କା ଲେଖାଏଁ ଜରିମାନା ହୋଇଥିବାବେଳେ କଳିଙ୍ଗ ବିହାରରେ ଏକ ଫାଷ୍ଟଫୁଡ୍‌ ଦୋକାନରେ ସ୍ବଚ୍ଛତା ନଥିବାରୁ ହଜାରେ ଟଙ୍କା ଜରିମାନା ହୋଇଛି। ଏହିପରି ମୋଟ୍‌ ୨୩ ହଜାର ଟଙ୍କା ଜରିମାନା ଆଦାୟ ହୋଇଛି।

ସମ୍ବନ୍ଧିତ ଖବର