ଭୁବନେଶ୍ୱର : ପାତ୍ରପଡ଼ା ଛକରେ ଟ୍ରକ୍ ରଖି କାମ କରୁଥିବା ବେଳେ କ୍ୟାବିନ୍ରୁ ୩ଲକ୍ଷ ୨୫ହଜାର ଟଙ୍କା ନେଇଗଲେ ଦୁର୍ବୃତ୍ତ। ଏଭଳି ଅଭିଯୋଗ ଖଣ୍ଡଗିରି ଥାନାରେ ହେବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ରାସ୍ତାରେ ଲାଗିଥିବା ସିସିଟିଭି ଫୁଟେଜ୍ ସଂଗ୍ରହ କରୁଛି। ଅନ୍ୟପଟେ ଚୋରି ହୋଇ ନାହିଁ ବରଂ ଚାଳକ ନେଇଛନ୍ତି ବୋଲି ଗାଡ଼ିମାଲିକ ପାଲଟା ଅଭିଯୋଗ କରିବା ପରେ ପୁଲିସ ଟ୍ରକ୍ ଚାଳକକୁ ଅଟକ ରଖିଛି। ସେ ହେଉଛି ପଶ୍ଚିମବଙ୍ଗର ଅରୁ ତାରକ୍। ଟ୍ରକ୍ ମାଲିକ ହେଉଛନ୍ତି ପଶ୍ଚିମବଙ୍ଗ ଛାତରାର ବିଶ୍ୱଜିତ ଘୋଷ।
ଅରୁଙ୍କ ଅଭିଯୋଗ ମୁତାବକ, ପଶ୍ଚିମବଙ୍ଗ ଛାତରାର ଟ୍ରକ ମାଲିକ ବିଶ୍ୱଜିତ୍ଙ୍କ ଏହି ଟ୍ରକ ପଶ୍ଚିମବଙ୍ଗରୁ ଆଳୁ ଆଣି ଆଇଗଣିଆକୁ ଆସେ। ଗତକାଲି ଅରୁ ଟ୍ରକ୍ ନେଇ ଭୁବନେଶ୍ୱର ଆସିଥିଲେ। ବାଟରେ ଟ୍ରକ୍ ଖରାପ ହୋଇଯିବାରୁ ଜାତୀୟ ରାଜପଥ ପାର୍ଶ୍ବରେ ଗାଡ଼ି ରଖି ଟାୟାର କାମ କରୁଥିଲେ। ମାଲିକ ବିଶ୍ୱଜିତ୍ ତାଙ୍କୁ ଦେଇଥିବା ୩ଲକ୍ଷ ୨୫ହଜାର ଟଙ୍କା ଆଳୁଗଦିର ଅନ୍ୟ ଜଣେ ମାଲିକଙ୍କୁ ଦେବାକୁ ଦେଇଥିଲେ। ଏହାକୁ ସେ କ୍ୟାବିନ୍ରେ ରଖିଥିଲେ। ଟାୟାର କାମ କରୁଥିବା ସମୟରେ କେହି ଦୁର୍ବୃତ୍ତ ଟଙ୍କାତକ ଚୋରି କରିନେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/05/loot-1.jpg)