ଭୁବନେଶ୍ବର: ଦେଢ଼ମାସ ପୂରିନି ପୁଣି ଥରେ ଭୁବନେଶ୍ବରରୁ ମାରିଜୁଆନା ଜବତ ହୋଇଛି। ଭୁବନେଶ୍ବର ବିମାନବନ୍ଦରରୁ ୩ କୋଟି ଟଙ୍କାର ମାରିଜୁଆନା ଜବତ ହୋଇଛି। ଏହି ମାମଲାରେ କଷ୍ଟମ ବିଭାଗ ଭୁବନେଶ୍ୱର ଏୟାରପୋର୍ଟରୁ ଜଣକୁ ଉଠାଇ ନେଇଛି। ବ୍ୟାଙ୍କକରୁ ଚାଲାଣ ବେଳେ ଭୁବନେଶ୍ୱରରେ ଯୁବକ ଜଣକ ଧରାପଡ଼ିଛନ୍ତି। ଉକ୍ତ ବ୍ୟକ୍ତିଙ୍କୁ ପଚରାଉଚରା ଜାରି ରହିଛିI ଲଗେଜ ବ୍ୟାଗ୍‌ରୁ ଚେକିଂ ବେଳେ ୩.୨ କିଲୋ ମାରିଜୁଆନା ମିଳିଛି।

Advertisment

ଭୁବନେଶ୍ବରରୁ ବାରମ୍ବାର ମାରିଜୁଆନା ଜବତ ହେଉଛି। ଭୁବନେଶ୍ବର ଦେଇ ବିଦେଶରୁ ବ୍ୟାପକ ପରିମାଣରେ ଏହିଭଳି ନିଶାଦ୍ରବ୍ୟ ଚାଲାଣ ହେଉଥିବା ସନ୍ଦେହ ହେଉଛି। କଷ୍ଟମ ବିଭାଗ ଯଦିଓ ଯଦିଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ତଥାପି ଆହୁରି ଅନେକ ଖସିଯାଉଥିବାର ସନ୍ଦେହ କରାଯାଉଛି।

ସୂଚନାଯୋଗ୍ୟ, ଗତ ଅଗଷ୍ଟ ୨୩ ତାରିଖରେ ମଧ୍ୟ ଭୁବନେଶ୍ବର ବିମାନବନ୍ଦରରୁ କଷ୍ଟମ୍‌ ଅଧିକାରୀମାନେ ୪ ‌କୋଟି ଟଙ୍କାର ନିଷିଦ୍ଧ ଡ୍ରଗ୍‌ସ ମାରିଜୁଆନା ଜବତ କରିଥିଲେ। ଏହା ବ୍ୟାଙ୍କକ୍‌ରୁ ଭୁବନେଶ୍ବର ଆସିଥିବା ପ୍ରେମୀଯୁଗଳଙ୍କଠାରୁ ଏହା ଜବତ ହୋଇଥିଲା। ବିମାନରେ ଜଣେ ଯୁବକ ଓ ଜଣେ ଯୁବତୀ ନିଶାଦ୍ରବ୍ୟ ଆଣୁଥିବା ସଂପର୍କରେ ଗୁଇନ୍ଦା ସୂଚନା ମିଳିବା ପରେ କଷ୍ଟମ୍‌ ଅଧିକାରୀମାନେ ଚେକିଂ କରିଥିଲେ।  

ପ୍ରକାଶଯୋଗ୍ୟ ଯେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଅଗଷ୍ଟ ମାସରେ ମାସ ୮ କୋଟି ଟଙ୍କାର ବିଦେଶୀ ଗଞ୍ଜେଇ (ମାରିଜୁଆନା) ଜବତ ହୋଇଥିଲା। ଥାଇଲାଣ୍ଡରୁ ଇଣ୍ଡିଗୋ ବିମାନରେ ଆସୁଥିବା ବେଳେ ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟ (ଡିଆର୍‌ଆଇ) ହାବୁଡ଼ରେ ପଡ଼ିଥିଲା ଏହି ଉତ୍କଟ ନିଶାଦ୍ରବ୍ୟ। ଗୁଜୁରାତ ଅହମଦାବାଦର ଜଣେ ଯୁବକଙ୍କୁ ଏହି ମାମଲାରେ ଅଟକ ରଖିଥିଲା କଷ୍ଟମ୍‌ ବିଭାଗ। ଏହି ଘଟଣାର ଦୁଇଦିନ ପୂର୍ବରୁ ବିମାନବନ୍ଦରରୁ ୩୦ କୋଟିର ମାରିଜୁଆନା ଜବତ ହୋଇଥିଲା। ସେହିପରି ଗତ ଜୁଲାଇ ୩୦ ତାରିଖରେ ଭୁବନେଶ୍ବର ବିମାନବନ୍ଦରରୁ ୩୦ କେଜି ମାରିଜୁଆନା ଜବତ କରାଯାଇଥିବାବେଳେ ଉତ୍ତରପ୍ରଦେଶର ୩ ଜଣ ଯୁବକ ଗିରଫ ହୋଇଥିଲେ। ପୁଣି ଥରେ ମାରିଜୁଆନା ଚାଲାଣ ଘଟଣା ପଦାକୁ ଆସିବା ପରେ ଭୁବନେଶ୍ବରକୁ ନିଶା ହବ୍‌ରେ ପରିଣତ କରିବା ପାଇଁ ଅନ୍ତର୍ଜାତୀୟ ସ୍ତରରେ ଚକ୍ରାନ୍ତ ଚାଲିଥିବା ସ୍ପଷ୍ଟ ହୋଇଛି।

Bhubaneswar