ପିଏନ୍‌ବିରୁ ୩୨ କୋଟି ଠକେଇ ମାମଲା : ଦୁଇ ନିର୍ଦ୍ଦେଶକଙ୍କୁ ସିବିଆଇ ଜେରା

ଭୁବନେଶ୍ବର : ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି) ଷ୍ଟେସନ ସ୍କୋୟାର ଶାଖାରୁ ପ୍ରାୟ ୩୨ କୋଟି ଟଙ୍କା ଋଣ ଠକେଇ ଘଟଣାରେ ତନାଘନା ଚଳାଇଛି ସିବିଆଇ। ଠକେଇ କରିଥିବା ଗ୍ଲୋବାଲ୍ ଟ୍ରେଡିଂ ସଲ୍ୟୁସନ୍‌ସ ଲିମିଟେଡ୍ କମ୍ପାନିର ଦୁଇ ନିର୍ଦ୍ଦେଶକଙ୍କୁ ସିବିଆଇ ଜେରା କରିଛି। ସେମାନଙ୍କ ସମ୍ପୃକ୍ତି କ’ଣ ରହିଛି, ଋଣ ଟଙ୍କା ଆସିବା ପରେ କେଉଁଠି ବିନିଯୋଗ କରାଯାଇଛି, ଗ୍ଲୋବାଲ ଟ୍ରେଡିଂର ଅନ୍ୟ ସହଯୋଗୀ କମ୍ପାନିକୁ ଏହି ଟଙ୍କା ଟ୍ରାନ୍ସଫର୍ କରାଯାଇଛି କି ସେ ସମ୍ପର୍କରେ ଜେରା କରା ଯାଇଥିବା ଜଣାପଡ଼ିଛି। କିନ୍ତୁ କମ୍ପାନୀ ଏମଡି ଅବିନାଶ ମହାନ୍ତିଙ୍କ ସମ୍ପର୍କରେ ସିବିଆଇ କୌଣସି ସୂଚନା ପାଇପାରି ନାହିଁ। ଅବିନାଶ କେଉଁଠି ଅଛନ୍ତି ତାହା ଏବେ ସୁଦ୍ଧା ଜଣାପଡ଼ିନାହିଁ। ସୂଚନାଯୋଗ୍ୟ, ପିଏନ୍‌ବି ଠକେଇ ନେଇ ସିବିଆଇ ଗତ ୧୦ ତାରିଖରେ ଭୁବନେଶ୍ବର, କଟକ ସମେତ କୋଲକାତା, ବିଶାଖାପାଟଣା ଓ ଜମ୍ମୁରେ ଚଢ଼ଉ କରିଥିଲା। ଏହି ଠକେଇ ଘଟଣାରେ ପିଏନ୍‌ବି ଓ ଗ୍ଲୋବାଲ ଟ୍ରେଡିଂ କମ୍ପାନୀର ୯ ଜଣ ଅଧିକାରୀଙ୍କ ସମ୍ପୃକ୍ତି ନେଇ ଅଭିଯୋଗ ହେବା ପରେ ମାମଲା ରୁଜୁ ହୋଇଥିଲା।

ସମ୍ବନ୍ଧିତ ଖବର