ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ଉପକଣ୍ଠରୁ ଶୁକ୍ରବାର ସନ୍ଧ୍ୟାରେ ଏକ ବ୍ୟାଙ୍କ କ୍ୟାସ୍ ଭ୍ୟାନ୍ରୁ ପ୍ରାୟ ୪୫ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁସାରେ ଇଣ୍ଡିଆନ୍ ବ୍ୟାଙ୍କର କ୍ୟାସ୍ ଭ୍ୟାନ୍ରୁ ଦୁର୍ବୃତ୍ତମାନେ ଏହି ଟଙ୍କା ଲୁଟ୍ କରିଥିବା ଜଣାପଡ଼ିଛି। ନଖରା ଛକ ଠାରୁ ନିଆଳି ଅଭିମୁଖେ ଯାଇଥିବା ରାସ୍ତା କଡ଼ରୁ ଏହି ଟଙ୍କା ଲୁଟ୍ ହୋଇଛି।
ସୂଚନା ଅନୁସାରେ ଲୁଟ୍ ପାଇଁ ଦୁର୍ବୃତ୍ତମାନେ ପୂର୍ବରୁ ଯୋଜନା କରିଥିଲେ। ସିନର୍ଜି କଲେଜ ନିକଟରେ ଏହି ଘଟଣା ୪ ରୁ ୫ ଜଣ ଦୁର୍ବୃତ୍ତଙ୍କ ଦ୍ୱାରା ଟଙ୍କା ଲୁଟ୍ କରାଯାଇଛି। ଦୁର୍ବୃତ୍ତମାନେ କ୍ୟାସ୍ ଭ୍ୟାନ୍ର କର୍ମଚାରୀଙ୍କୁ ନିସ୍ତୁକ ମାଡ଼ ମାରି ଗାଡ଼ିର କାଚ ଭାଙ୍ଗି ଲୁଟ କରିଛନ୍ତି। ଏହି ଭ୍ୟାନ୍ ନିଆଳିରୁ ଭୁବନେଶ୍ୱରର ସହିଦନଗରକୁ ଆସୁଥିଲା।