ବିଜୁଳି ଛାଟ: ୧୪ ଦିନରେ ୫୮ କୋଟି ଆଦାୟ

ଭୁବନେଶ୍ବର : ସେସୁ ପକ୍ଷରୁ ବକେୟା ବିଦ୍ୟୁତ ବିଲ୍‌ ଆଦାୟ ଓ ସଂଯୋଗ ବିଚ୍ଛିନ୍ନ ଅଭିଯାନ ୧୪ ଦିନରେ ପହଞ୍ଚିଛି। ଏହି ୧୪ ଦିନରେ ସେସୁ ବକେୟା ବିଦ୍ୟୁତ୍‌ ବିଲ୍‌ ବାବଦକୁ ବିଭିନ୍ନ ବାଣିଜ୍ୟିକ ପ୍ରତିଷ୍ଠାନରୁ ୫୮ କୋଟି ୨୪ ଲକ୍ଷ ଟଙ୍କା ଆଦାୟ କରିଛି। ବିଦ୍ୟୁତ ବିଲ୍‌ ଦେଉନଥିବାରୁ ୧୯ ହଜାର ୩୯୪ଟି ସଂଯୋଗ ବିଚ୍ଛିନ୍ନ କରାଯାଇଛି। ଏହି ମିସନ୍‌ରେ ଆଜି ୨ କୋଟି ୭୯ ଲକ୍ଷ ବକେୟା ରାଶି ଆଦାୟ ହୋଇଛି ଓ ୧ହଜାର ୨୪ ସଂଯୋଗ ବିଚ୍ଛିନ୍ନ କରାଯାଇଛି। ଖୁବ୍‌ଶୀଘ୍ର ବାଣିଜ୍ୟିକ ପ୍ରତିଷ୍ଠାନର ବକେୟା ରାଶି ଆଦାୟ ଶେଷ ହେବ। ଏହା ପରେ ଘରୋଇ ସଂଯୋଗ ଉପରେ ସେସୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଏ ନେଇ ତାଲିକା ପ୍ରସ୍ତୁତ ହୋଇଛି।

ସମ୍ବନ୍ଧିତ ଖବର