ବାରଙ୍ଗ : ବୁଧବାର ବାରଙ୍ଗ ଥାନା ଛକରେ ଚାଲିଥିବା ଏମ୍ଭିଆଇ ଚେକିଂରୁ ୬ ଲକ୍ଷ ୩୫ ହଜାର ଟଙ୍କା ଜରିମାନା ଆଦାୟ ହୋଇଥିବା ସୂଚନା ମିଳିଛି। ହେଲ୍ମେଟ୍, ଡିଏଲ୍ ପ୍ରମାଣପତ୍ର, ଗାଡ଼ିର ରେକର୍ଡପତ୍ର ଯାଞ୍ଚ କରାଯାଇଥିଲା। ଏମ୍ଭିଆଇ ଟିମ୍ ମୋଟ ୮୯ଟି ଚାଲାଣ କାଟିଥିବା ବେଳେ ୧୧ଜଣଙ୍କର ଡ୍ରାଇଭିଂ ଲାଇସେନ୍ସକୁ ସାମୟିକ ବାତିଲ କରିଛି।