ଭୁବନେଶ୍ବର : ମାର୍କେଟ୍‌ ବିଲ୍ଡିଂ ନିକଟରୁ ଜଣେ ଯୁବତୀଙ୍କ ପର୍ସ ଚୋରି। ଆଉ କିଛି କ୍ଷଣ ମଧ୍ୟରେ ତାଙ୍କ ଏଟିଏମ୍‌ରୁ ୬ହଜାର ଉଠାଣ। ଏଭଳି ଏକ ଅଭିଯୋଗ ହୋଇଛି କ୍ୟାପିଟାଲ୍‌ ଥାନରେ। ଶନିବାର ସନ୍ଧ୍ୟା ସମୟରେ ସମୀକ୍ଷା ପଣ୍ଡା ନାମକ ଜଣେ ଯୁବତୀ ମାର୍କେଟ୍‌ ବିଲ୍ଡିଂକୁ ସପିଂ ପାଇଁ ଯାଇଥିଲେ। ସେ ସପିଂ କରୁଥିବା ସମୟରେ ଜଣେ ଲେଡି ଲୁଟେରା ତାଙ୍କ ପର୍ସକୁ ନେଇଯାଇଥିଲେ। ଆଉ କିଛି ସମୟ ମଧ୍ୟରେ ପର୍ସରେ ଥିବା ଏଟିଏମ୍‌କାର୍ଡକୁ ବ୍ୟବହାର କରି ସ୍ଥାନୀୟ ପେଟ୍ରୋଲ୍‌ପମ୍ପ ନିକଟ ଏଟିଏମ୍‌ରୁ ପ୍ରଥମେ ୨ହଜାର ଓ ପରେ ୪ହଜାର। ମୋଟ ୬ହଜାର ଟଙ୍କା ଉଠାଇଥିଲେ। ତେବେ ଲୁଟେରାର ସମସ୍ତ କାରନାମା ସିସିଟିଭିରେ କଏଦ୍‌ ହୋଇଛି। ସେ ଏକ କମଳା ରଙ୍ଗର ଡ୍ରେସ୍‌ ପିନ୍ଧିଥିବା ଫୁଟେଜ୍‌ରୁ ଜଣାପଡ଼ିଛି।

୩୦ ଲକ୍ଷ ଠକି ନେଇ ମହିଳା ଚମ୍ପଟ

Advertisment

ଧଉଳି : ଧଉଳି ଥାନା ଅଧୀନ ନୂଆଗାଁ ଅଞ୍ଚଳର ଜଣେ ମହିଳା ଅନେକ ମହିଳାଙ୍କ ନିକଟରୁ ୩୦ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ସମ୍ପୃକ୍ତ ମହିଳାମାନେ ଧଉଳି ଥାନାରେ ଲିଖିତ ଅଭିଯୋଗ କରିବାର ଦୁଇଦିନ ବିତିଯାଇଥିଲେ ମଧ୍ୟ ଏଯାଏ ମାମଲା ରୁଜୁ ହୋଇନାହିଁ। ଏନେଇ ସମସ୍ତ ମହିଳା ଆଜି ଥାନାରେ ପହଞ୍ଚି ଏହାର ପ୍ରତିବାଦ କରିଥିଲେ। ମାମଲା ରୁଜୁ କରି ଏତଲା କପି ନଦେବା ପର୍ଯ୍ୟନ୍ତ ଥାନାରୁ ଯିବେ ନାହିଁ କହି ମହିଳାମାନେ ଦିନ ତମାମ ଥାନାରେ ଡେରା ପକାଇଥିଲେ। ପୁଲିସ ଏହି ଘଟଣାରେ ସମ୍ପୃକ୍ତ ମହିଳାଙ୍କ ଦିଅରକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।