ଚନ୍ଦ୍ରଶେଖରପୁର : ରାଜଧାନୀର ଏକ ପ୍ରତିଷ୍ଠିତ ଏନ୍‌ଜିଓର ବ୍ୟାଙ୍କ ଆକାଉଣ୍ଟରୁ ଜଣେ ସାଇବର ଠକ ସାଢ଼େ ୭ ହଜାର ଟଙ୍କା ନେଇ ଯାଇଛି। ଏନେଇ ଏନ୍‌ଜିଓର ଆକାଉଣ୍ଟାଣ୍ଟ ସ୍ଥାନୀୟ ବ୍ୟାଙ୍କ ଓ ସାଇବର ଅପରାଧ ଥାନାରେ ଅଭିଯୋଗ କରିଛନ୍ତି। ସୂଚନା ଅନୁଯାୟୀ ଆଜି ସକାଳୁ ହଠାତ୍ ସଂସ୍ଥାର ମୋବାଇଲ ନମ୍ବରକୁ ଟଙ୍କା କଟିଯାଇଥିବା ଏସ୍‌ଏମ୍‌ଏସ୍ ଆସିଥିଲା। ଏନେଇ ସେ ବ୍ୟାଙ୍କୁ ଫୋନ କରିବାରୁ ହ୍ୟାକର୍ ତାଙ୍କ ଆକାଉଣ୍ଟରୁ ଅର୍ଥ ଉଠାଇ ନେଇଥିବା ଜଣାପଡ଼ିଥିଲା।