ଭୁବନେଶ୍ବର : ମୋବାଇଲ ଫୋନ୍ ରିଚାର୍ଜ ନାଁରେ ସାଇବର୍ ଠକ ଜଣେ ଯୁବକଙ୍କ ଆକାଉଣ୍ଟରୁ ୯୪ ହଜାର ଲୁଟି ନେଇଛି। ଲୁଟ୍ର ଶିକାର ଯୁବକ ହେଲେ, ପୋଖରୀପୁଟ ଅଞ୍ଚଳର ଆଶିଷ କୁମାର ପାତ୍ର। ଏ ନେଇ ସେ ପ୍ରଥମେ ସାଇବର ହେଲପ୍ ଡେସ୍କ ଓ ପରେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି। ସୂଚନା ଅନୁସାରେ, ମୋବାଇଲ ରିଚାର୍ଜ ନାଁରେ ଆଶିଷଙ୍କ ପାଖକୁ ଏକ ଲୋଭନୀୟ ଅଫର୍ ଆସିଥିଲା। ଠକ ତାଙ୍କୁ କହିଥିଲା ଯେ ଏକ ଅଫର୍ ଜରିଆରେ ରିଚାର୍ଜ କଲେ ୧୦ ହଜାର ଟଙ୍କା ମିଳିବ। ଏଥିରେ ବିଶ୍ବାସ କରି ଆଶିଷ ଠକ ପଠାଇଥିବା କ୍ୟୁଆର୍ କୋଡ୍କୁ ସ୍କାନ୍ କରିଥିଲେ। ଏହାର କିଛି କ୍ଷଣ ମଧ୍ୟରେ ତାଙ୍କ ଆକାଉଣ୍ଟରୁ ୯୪ ହଜାର ଟଙ୍କା ଉଭାନ୍ ହୋଇଯାଇଥିଲା। ପ୍ରଥମ ଦଫା ଟଙ୍କା କଟିଲା ବେଳେ ଆଶିଷ ସାଇବର୍ ଠକେଇର ଶିକାର ହୋଇଛନ୍ତି ବୋଲି ଜାଣିବାକୁ ପାଇଥିଲେ। କିନ୍ତୁ ବାକି ଟଙ୍କାକୁ ସୁରକ୍ଷା ଦେବା ପୂର୍ବରୁ ତାହା ଠକ ଆକାଉଣ୍ଟକୁ ଚାଲି ଯାଇଥିଲା।
ମୋବାଇଲ ରିଚାର୍ଜ ନାଁରେ ଲୁଟିନେଲେ ୯୪ ହଜାର
/sambad/media/post_attachments/wp-content/uploads/2021/01/cyber-cartoon.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)