ଭୁବନେଶ୍ବର: ଫନି ଦ୍ବାରା ପ୍ରଭାବିତ ଅଞ୍ଚଳରେ ବିପନ୍ନଙ୍କୁ ସହଯୋଗ ପାଇଁ ଅଣ୍ଟାଭିଡ଼ିଛି ରାଷ୍ଟ୍ରୀୟ ସ୍ବୟ˚ସେବକ ସ˚ଘ। ରାଷ୍ଟ୍ରୀୟ ସେବାଭାରତୀ ଓ ଉତ୍କଳ ବିପନ୍ନ ସହାୟତା ସମିତି ଦ୍ବାରା ବିଭିନ୍ନ ପ୍ରକାର ସେବାକାର୍ଯ୍ୟ ହାତକୁ ନିଆଯାଇଛି। ଏପର୍ଯ୍ୟନ୍ତ ୨୬୮ ଗ୍ରାମରେ ୧୬୪୦୭୬ଜଣ ଉପକୃତ ହୋଇଥିବା ବେଳେ ୩୧,୨୧୩ ଜଣଙ୍କୁ ରନ୍ଧାଖାଦ୍ୟ, ୬୫୦୦ ଶୁଖିଲା ଖାଦ୍ୟ, ୩୩ କାର୍ଟୁନ ଦିଆସିଲି, ୩୦୦କୁଇଣ୍ଟାଲ୍, ୫୦କୁଇଣ୍ଟାଲ୍ ଗୁଡ଼, ଲକ୍ଷାଧିକ ବୋତଲ, ପାଉଚ ପାଣି, ୧୫୦ କାର୍ଟୁନ ବିସ୍କୁଟ, ୯୦୦ ଶାଢ଼ି, ୧୫୦ କାର୍ଟୁନ ମହମବତି, ୭୦୦ ଲୋକଙ୍କୁ ଔଷଧ, ୩୯,୦୦୦ ପଲିଥିନ୍ ବଣ୍ଟନ କରାଯାଇଛି। ଅସନ୍ତା ୧୫ ଦିନ ମଧ୍ୟରେ ୧୦ ହଜାର ପରିବାରକୁ ଲୁଗା, ଗାମୁଛା, ଲୁଙ୍ଗି, କମଳ ପ୍ରଦାନ କରିଯିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ରାଷ୍ଟ୍ରୀୟ ସ୍ବୟ˚ସେବକ ସ˚ଘର ସହ-ସରକାର୍ଯ୍ୟବାହ ଭି ଭାଗେୟାଜୀ ପ୍ରକାଶ କରିଛନ୍ତି। ବାତ୍ୟା ବିପନ୍ନଙ୍କ ସେବା ପାଇଁ ଜନସାଧାରଣ ତଥା ବିଭିନ୍ନ କର୍ପୋରେଟ୍ ହାଉସ୍ଗୁଡ଼ିକ ଉତ୍କଳ ବିପନ୍ନ ସହାୟତା ସମିତିର ମଞ୍ଚେଶ୍ବର ସ୍ଥିତ ଆକ୍ସିସ ବ୍ୟାଙ୍କର ଆକାଉଣ୍ଟ ନଂ- ୦୨୪୦୧୦୧୦୦୦୪୩୯୮୨, ଆଇଏଫ୍ଏସ୍ସି କୋଡ୍: ୟୁଟିଆଇବି୦୦୦୧୯୭୩, ଏମ୍ଆଇସିଆର୍ କୋଡ୍: ୭୫୧୨୧୧୦୧୨ରେ ସହାୟତା ରାଶି ପଠାଇବାକୁ ଅନୁରୋଧ କରାଯାଇଛି। ଯଦି କୌଣସି ସହୃଦୟ ବ୍ୟକ୍ତି ବା କୌଣସି ସ˚ସ୍ଥା ବିଭିନ୍ନ ଦରକାରୀ ଜିନିଷ ଦେବାକୁ ଚାହାନ୍ତି ସେମାନେ ମଞ୍ଚେଶ୍ବର ସ୍ଥିତ ସମିତିର ମୁଖ୍ୟ କାର୍ଯ୍ୟାଳୟ ପ୍ଲଟ-୪୧, ସେକ୍ଟର-ଏ, ଜୋନ୍-ଡି, ଭୁବନେଶ୍ବର-୧୦ଠାରେ ଜମା କରିପାରିବେ। ଏହି ସାମ୍ବାଦିକ ସମ୍ମିଳନୀରେ ରାଷ୍ଟ୍ରୀୟ ସ୍ବୟ˚ସେବକ ସ˚ଘ, ଓଡିଶା ପୂର୍ବର ପ୍ରାନ୍ତ ସ˚ଘଚାଳକ ସମୀର କୁମାର ମହାନ୍ତି, ଉତ୍କଳ ବିପନ୍ନ ସହାୟତା ସମିତିର ସଭାପତି ଅଭୟ ସାମନ୍ତରାୟ, ପ୍ରାନ୍ତ ପ୍ରଚାର ପ୍ରମୁଖ ରବି ନାରାୟଣ ପଣ୍ତା ଉପସ୍ଥିତ ଥିଲେ।
ବାତ୍ୟା ବିପନ୍ନଙ୍କୁ ଆର୍ଏସ୍ଏସ୍ର ସହାୟତା
/sambad/media/post_attachments/wp-content/uploads/2018/09/rss.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)