ଭୁବନେଶ୍ୱର : ଆରଟିଓରେ ୨୨ ଟଙ୍କିଆ ଲୁଟ୍‌ ବାବଦରେ ହାଇକୋର୍ଟ ଗୁରୁତ୍ବପୂର୍ଣ୍ଣ ଅନ୍ତରୀଣ ଆଦେଶ ଦେଇଛନ୍ତି। ମାମଲା ବିଚାର ଶେଷ ପର୍ଯ୍ୟନ୍ତ ଏହି ଟଙ୍କା ଆଦାୟ ହେବ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି। ତେବେ ଏହି ଅର୍ଥ ଅନ୍ୟ ଏକ ଆକାଉଣ୍ଟରେ ଜମା ରହିବ। ମାମଲାରେ ଯଦି ଏହି ଦେୟ ଆଦାୟ କରୁଥିବା ତୃତୀୟ ପକ୍ଷ ସଂସ୍ଥା ହାରିଯାଏ ତେବେ ଏହି ଦେୟ ପ୍ରତିପକ୍ଷ ଅର୍ଥାତ୍‌ ସରକାରଙ୍କ ଖାତାକୁ ଯିବ। ଆବେଦନକାରୀ ଜିତିଲେ ଏହି ଅର୍ଥକୁ ‌ନେବ ବୋଲି କୋର୍ଟ ଆଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୫ ତାରିଖରେ ରହିଛି। ଅନ୍ୟପଟେ ୩ ସପ୍ତାହ ମଧ୍ୟରେ ୪୯ ଟଙ୍କିଆ ଦେୟ ଅନ୍‌ଲାଇନ୍‌ରେ ଆଦାୟ ହେବ ବୋଲି ରାଜ୍ୟ ପରିବହନ କର୍ତ୍ତୃପକ୍ଷ(ଏସ୍‌ଟିଏ) ସୂଚନା ଦେଇଛି।

Advertisment

ଅନ୍ୟପଟେ ଆବେଦନକାରୀ ସଂସ୍ଥା ହେଉଛି ସ୍ମାର୍ଟ ଚିପ୍‌ ଲିମିଟେଡ୍‌। ଲର୍ଣ୍ଣର୍ସ ଲାଇସେନ୍ସ ପ୍ରିଣ୍ଟ ଓ ପ୍ରସେସିଂ ପାଇଁ ସଂସ୍ଥା ଏହି ଅର୍ଥ ଆଦାୟ କରୁଛି। ପରିବହନ ଆୟୁକ୍ତଙ୍କ ଆଦେଶକୁ ଚାଲେଞ୍ଜ କରି ସଂସ୍ଥା ହାଇକୋର୍ଟ ଯାଇଛି।

ସଂସ୍ଥା ଯଦି ହାରିଯାଏ ତେବେ ଆଦାୟ ସମସ୍ତ ଅର୍ଥ ସରକାର ନେବେ। ଏହି ଅର୍ଥକୁ ଜମା କରିଥିବା ହିତାଧିକାରୀକୁ ଫେରାଯିବ କି ନାହିଁ ତାହା ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇ ନାହିଁ।