ରୁଚିକା ମୃତ୍ୟୁ ମାମଲା: ନ୍ୟାୟ ଦାବିରେ ବିକ୍ଷୋଭ

ଭୁବନେଶ୍ବର: ରାଗିଂ ବନ୍ଦ ଏବଂ ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ମୃତ୍ୟୁ ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଅଭିନେତ୍ରୀ, ସାହିତ୍ୟିକ ସମେତ ବିଭିନ୍ନ ବର୍ଗର ବ୍ୟକ୍ତିମାନେ ରାଲି ସହିତ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏଥିରେ ରୁଚିକାଙ୍କ ମା’ ମଧ୍ୟ ସାମିଲ ଥିଲେ। ମାଷ୍ଟର କ୍ୟାଣ୍ଟିନରେ ଆୟୋଜିତ କାର୍ଯ୍ୟକ୍ରମ କ୍ୟାଫେଟେରିଆର ବ୍ୟାନରରେ ଏହା ଆୟୋଜିତ ହୋଇଥିଲା।

ଅଭିନେତ୍ରୀ ଭାସ୍ବତୀ ବାସୁ, ଏଆଇଏସଏଫ ସଭାନେତ୍ରୀ ସଂଘମିତ୍ରା ଜେନାଙ୍କ ନେତୃତ୍ବରେ ଏହି ରାଲି ହୋଇଥିଲା। ଧାରଣାରତ ରୁଚିକାଙ୍କ ମା’ଙ୍କ ସମେତ ଅନ୍ୟମାନଙ୍କୁ ପୁଲିସ ଘୋଷାଡ଼ି ନେବା ଘଟଣାକୁ ସାମାଜିକ କର୍ମକର୍ତ୍ତାମାନେ ନିନ୍ଦା କରିଥିଲେ।

ସମ୍ବନ୍ଧିତ ଖବର