ରୁକୁଣା ରଥରେ ଲାଗିଲା କୋଣ ସିଂହ

ପୁରୁଣା ଭୁବନେଶ୍ୱର: ନିର୍ମାଣାଧୀନ ରୁକୁଣା ରଥରେ ମହାରଣା ସେବାୟତମାନେ ଆଜି ୪ଟି କୋଣ ସିଂହ ଲଗାଇଛନ୍ତି। ପରେ ଆଉ ୧୨ଟି କୋଣ ସିଂହ ଲାଗିବ। ରଥରେ ୧୦ଟି ପଟ୍ଟା ଗୁଜ ଲାଗିଛି ଓ ବଡ଼ ଛନ୍ଧା କାମ ଶେଷ ହୋଇଛି। ଆସନ୍ତାକାଲି ନାହାକା ଲଗାଯିବ ବୋଲି ସୋମନାଥ ମହାରଣା କହିଛନ୍ତି। ଗତକାଲି ଚକ ଅଖ ପୂଜା କରାଯାଇଥିଲା। ସେମିତି ଆସନ୍ତାକାଲି ଚାରି ନାହାକା ଲଗା ଯିବା ପୂର୍ବରୁ ସେବାୟତମାନଙ୍କ ଦ୍ବାରା ପୂଜା କରାଯିବ।

ସମ୍ବନ୍ଧିତ ଖବର