ଭୁବନେଶ୍ୱର: ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ରୁକୁଣା ରଥ ପାଇଁ ରଥଖଳାରେ ରଥ ଚକା କାମ ଜୋରସୋର୍ରେ ଚାଲିଛି। ୪୫ଜଣ ମହାରଣା ଓ ୧୨ଜଣ ବେହେରା ଏଥିରେ ନିୟୋଜିତ ହୋଇଛନ୍ତି। ଏବେ ପ୍ରଥମେ ରଥର ୪ଟି ଚକ ପାଇଁ ମହାରଣା ସେବାୟତ ଲାଗି ପଡ଼ିଛନ୍ତି। ଗତ ଦୋଳପୂର୍ଣ୍ଣିମା ତିଥିରେ କାମ ଆରମ୍ଭ ହୋଇ ନପାରି ୩ଦିନ ବିଳମ୍ବରେ ରଥ କାମ ପାଇଁ ପୂଜା ହୋଇଥିଲା।
ଏହା ପରଠୁ କାମ ଆରମ୍ଭ ହୋଇଛି। ଏହା ପରେ ଅଖ କାମ କରାଯିବ ବୋଲି ମହାରଣା ସେବାୟତ ବଟକୃଷ୍ଣ ମହାରଣା କହିଛନ୍ତି। ଏପଟେ ମନ୍ଦିର ଟ୍ରଷ୍ଟ ବୋର୍ଡ ସଭ୍ୟ ଅବନୀକାନ୍ତ ପଟ୍ଟନାୟକ କାମ ସମୀକ୍ଷା କରିଛନ୍ତି। ୨ ଦିନ ହେଲା କାମ ପାଇଁ ଛାମୁଣ୍ଡିଆ ହେବା ସହ ଆବଶ୍ୟକ କାଠ ଆସିଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।