ଭୁବନେଶ୍ବର: ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ଅପରାହ୍ନ ୩ଟା ୩୦ରେ ଟଣା ହେବ। ଚଳିତ ବର୍ଷ ରୁକୁଣା ରଥଯାତ୍ରା ନେଇ ଟ୍ରଷ୍ଟ ବୋର୍ଡ ଏନେଇ ନିଷ୍ପତ୍ତି ହୋଇଛି। କୋଭିଡ ମାର୍ଗଦର୍ଶିକା ଅନୁଯାୟୀ ରଥ ଉପରେ ୨୦-୨୫ ସେବାୟତ ଏବଂ ରଥଟଣାରେ ମୋଟ ୧୦୦ ଜଣ ସେବାୟତ ଓ ପୁଲିସ ନିୟୋଜିତ ରହିବେ। ଗୋଟିଏ ଦିନରେ ରଥ ପଂହଚିବା ସହ ୭ଟା ସୁଦ୍ଧା ପଂହଚିବା ନେଇ ନୀତି ନିର୍ଘଣ୍ଟ ଧାର୍ଯ୍ୟ କରାଯାଇଛି। ରଥଯାତ୍ରାରେ ନିୟୋଜିତ ସମସ୍ତ ସେବାୟତ ପୁଲିସ ମାନଙ୍କର ଆରଟିପିସିଆର ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ। ସେହିପରି ମାଉସୀ ମା’ ମନ୍ଦିରରୁ ବାହୁଡ଼ା ଦିନ ଅପରାହ୍ନ ୩ଟାରୁ ଆରମ୍ଭ ହେବ ରଥଟଣା। ବୈଠକ ପରେ ମନ୍ଦିର ପ୍ରଶାସନର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରସନ୍ନ ଦାସଙ୍କ ସୂଚନା।
ଅପରାହ୍ନ ୩.୩୦ରେ ଟଣା ହେବ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ
/sambad/media/post_attachments/wp-content/uploads/2021/04/rukuna-ratha-09_Thumb.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)