ରୁକୁଣା ରଥଯାତ୍ରା ପାଇଁ ସେବାୟତଙ୍କ ବୈଠକ

ପୁରୁଣା ଭୁବନେଶ୍ୱର : ରୁକୁଣା ରଥଯାତ୍ରା ପାଇଁ ଆଜି ସମସ୍ତ ସେବାୟତଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସେପଟେ ମହାରଣା ସେବାୟତମାନେ ନିର୍ଦ୍ଧାରିତ ସମୟ ପୂର୍ବରୁ ରଥ ନିର୍ମାଣ ସାରିବା ପାଇଁ ଦିନରାତି ଏକ କରି କାମ କରୁଛନ୍ତି। ୨୩ ତାରିଖ ସୁଦ୍ଧା ରଥ ନିର୍ମାଣ କାର୍ଯ୍ୟ ଶେଷ କରାଯାଇ ମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରାଯିବ ବୋଲି ମହାରଣା ସେବାୟତମାନେ କହିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ଆଜି ମନ୍ଦିର ପ୍ରଶାସନ ପକ୍ଷରୁ ରଥଯାତ୍ରା ପାଇଁ ବିଭିନ୍ନ ସେବାୟତଙ୍କ ସହ ଆଲୋଚନା କରାଯାଇଛି। ବ୍ରାହ୍ମଣ, ବଡ଼ୁ, ପୂଜାପଣ୍ଡା, ମହାରଣା, ଆପଟିଆ, ଭୋଇ ବେହେରା ଓ ସମର୍ଥାଙ୍କ ସମେତ ରଥଯାତ୍ରାଠାରୁ ସ୍ୱର୍ଣ୍ଣାଦ୍ରି ବିଜେ ପର୍ଯ୍ୟନ୍ତ ସମସ୍ତ ପାଳିଆ ସେବାୟତଙ୍କୁ ଡକାଇ ଆଲୋଚନା କରାଯାଇଛି। ୨୪ତାରିଖ ପୂର୍ବରୁ ସମସ୍ତ ସାମଗ୍ରୀ ମନ୍ଦିର କାର୍ଯ୍ୟାଳୟରୁ ନେବାକୁ କୁହାଯାଇଛି। ଅନ୍ୟପକ୍ଷରେ ରଥ ଖଳାରେ ରଥ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ମହାରଣା ସେବାୟତ ବଟକୃଷ୍ଣ ଓ ସୋମନାଥ କହିଛନ୍ତି। ସେହିପରି ମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ପଛ ପାଖ କୋଣ ସିଂହରେ ଚିତ୍ର ଅଙ୍କା ଯିବା ସହ ସିଂହ ବାଡ଼ ଓ ଘୋଡ଼ାଇଶ ରଙ୍ଗକାମ ଶେଷ ହୋଇଥିବା ଚିତ୍ରଶିଳ୍ପୀ ଶିବ ନାରାୟଣ ସେନାପତି ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର