ରୁକୁଣା ରଥ: ଆଜି ନେତ ଉତ୍ସବ

ପୁରୁଣା ଭୁବନେଶ୍ୱର: ଶୁକ୍ରବାର ସପ୍ତମୀ ତିଥିରେ ରଥ ପ୍ରତିଷ୍ଠା ହେବ। ଏହାପରେ ନେତ ବନ୍ଧାଯିବ। ଆଜି ରଥରେ ଭାରି ପଟ୍ଟା ଲାଗାଯିବା ସହ ଦୁଆର ଆଡ଼ା ଲଗାଯାଇଛି। ଚଳିତବର୍ଷ ନୂତନ ଭାବେ ଦୁଇ ଦୁଆର ଆଡ଼ାରେ ଦୁଇଟି ‘ଓଁ’ ଲଗାଯିବ। ଏହାକୁ ମହାରଣା ସେବାୟତ ପଟ୍ଟାରେ ପ୍ରସ୍ତୁତ କରିଛନ୍ତି। ଶୁକ୍ରବାର ରାତିରେ ନିୟମ ଅନୁଯାୟୀ ମରୀଚିକୁଣ୍ଡରୁ ପ୍ରଥମ କଳସ ଜଳ ଆସି ରଥ ପ୍ରତିଷ୍ଠା କରାଯିବ। କ୍ଷେତ୍ରବାସୀ ବ୍ରାହ୍ମଣମାନେ ମହାଖଳା ମଣ୍ଡପ ଉପରେ ରଥକୁ ପ୍ରତିଷ୍ଠା କରିବେ।

ଆମିଷ ଦ୍ରବ୍ୟ ବିକ୍ରି ନିଷେଧ
ରଥଯାତ୍ରା ସମୟରେ ଶ୍ରୀଲିଙ୍ଗରାଜ ମନ୍ଦିର ଚାରିପଟ, ରାମେଶ୍ବର ମନ୍ଦିର ଚାରିପଟ ଓ ରଥ ଦାଣ୍ଡରେ ଅମିଷ ଦ୍ରବ୍ୟ ବିକ୍ରି ଉପରେ କଟକଣା କରାଯାଇଛି। ନେତ ଉତ୍ସବ ଦିନଠାରୁ ସ୍ବର୍ଣ୍ଣାଦ୍ରି ବିଜେ ପର୍ଯ୍ୟନ୍ତ ଏହି ନିୟମ ପାଳନ ହେବା।

ଷଣ୍ଢ ଚିନ୍ତା ଯାଉନି
ପ୍ରତିବର୍ଷ ରୁକୁଣା ରଥଯାତ୍ରାରେ ବିଏମ୍‌ସିକୁ ଷଣ୍ଢ ଚିନ୍ତା ଘାରୁଛି। ଚଳିତବର୍ଷ ଏହି ସମସ୍ୟାର ସମାଧାନ ହେବ ବୋଲି କୁହାଯାଇଥିଲା। ମାତ୍ର ଏବେବି ଷଣ୍ଢ ବୁଲୁଥିବା ଦେଖିବାକୁ ମିଳିଛି। ପୁଲିସ କମିଶନରଙ୍କ ବୈଠକରେ ଷଣ୍ଢ ସମସ୍ୟା ଉପରେ ଉଦ୍‌ବେଗ ପ୍ରକାଶ କରାଯିବାରୁ ବିଏମ୍‌ସି ପକ୍ଷରୁ ଏହାର ସମାଧାନ କରାଯିବ ବୋଲି କୁହାଯାଇଥିଲା। ତେବେ ଏହି ସମସ୍ୟା ସମାଧାନ ହୋଇ ପାରୁନାହିଁ ବୋଲି ବ୍ରାହ୍ମଣ ନି‌ଯୋଗ ସଂପାଦକ ବିରଞ୍ଚି ନାରାୟଣ ପତି କହିଛନ୍ତି।

ସମ୍ବନ୍ଧିତ ଖବର