ରଥରେ ଲାଗିଲା ପାଞ୍ଚଦଣ୍ଡା, ନାହାକା

ପୁରୁଣା ଭୁବନେଶ୍ୱର: ଆସନ୍ତା ୨୯ତାରିଖରେ ରୁକୁଣା ରଥଯାତ୍ରା। ଏଥିପାଇଁ ରଥ ଖଳାରେ ରଥ କାମ ଚାଲୁ ରହିଛି। ଚକରେ ଅଖ ଲଗାଯିବା ପରେ କାମ ଜୋର୍‌ ଧରିଛି। ପାଞ୍ଚଦଣ୍ଡା ଓ ଚାରି ନାହାକା ଉଠିବା ପରେ ପଞ୍ଚାଣ ମାଡ଼ ଆରମ୍ଭ ହୋଇଛି। ଗୁରୁବାରଠୁ ଭୂଇଁ ଚଢ଼ିବା ସହ ଘର ଭଙ୍ଗା ଓ ପାର୍ଶ୍ବ ଦଣ୍ଡା ଲାଗିବ।

ତେବେ ୨୮ତାରିଖରେ ରଥ କାମ ସାରି ପ୍ରଶାସନକୁ ହସ୍ତାନ୍ତର କରାଯିବ ବୋଲି ମହାରଣା ସେବାୟତ ସୋମନାଥ ମହାରଣା କହିଛନ୍ତି।

ସମ୍ବନ୍ଧିତ ଖବର