ବାଲିଅନ୍ତା ବଜାର: ପ୍ରତାପରୁଦ୍ରପୁରଠାରୁ କଣ୍ଟାପଡ଼ା ପର୍ଯ୍ୟନ୍ତ ଯାଇଥିବା ଗ୍ରାମ୍ୟଉନ୍ନୟନ ବିଭାଗ ରାସ୍ତାଟି ଏବେ ଖାଲଖମାରେ ଭର୍ତ୍ତି ହୋଇଯାଇଛି। ଫଳରେ ସେହି ରାସ୍ତା ଉପରେ ନିର୍ଭର କରୁଥିବା ୭ଟି ପଞ୍ଚାୟତର ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି। ଉକ୍ତ ରାସ୍ତା ଦେଇ ପ୍ରତ୍ୟେକ ଦିନ ଶହଶହ ସଂଖ୍ୟାରେ ଲୋକେ ଭୁବନେଶ୍ୱରକୁ ଯାତାୟାତ କରିବା ସହ ଜୟଦେବ ପୀଠକୁ ପର୍ଯ୍ୟଟକମାନେ ଯାଉଛନ୍ତି। ପ୍ରତାପରୁଦ୍ରପୁର ପଞ୍ଚାୟତ, ପଶୁ ଚିକିତ୍ସାଳୟ, ଜୟଦେବ ଉଚ୍ଚବିଦ୍ୟାଳୟ, ହୋମିଓପାଥିକ ମେଡିକାଲ ସମ୍ମୁଖରେ ବିରାଟ ବିରାଟ ଗର୍ତ୍ତ ସୃଷ୍ଟି ହୋଇ ସେଥିରେ ବର୍ଷା ପାଣି ଜମି ରହିବାରୁ ଅନେକ ସମୟରେ ଲୋକେ ଦୁର୍ଘଟଣାର ଶିକାର ହେଉଛନ୍ତି। ଏନେଇ ସ୍ଥାନୀୟ ସରପଞ୍ଚ ଶ୍ରଦ୍ଧେୟା ପାତ୍ର ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଲିଖିତ ଅଭିଯୋଗ କରିଛନ୍ତି। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଗୁରୁତ୍ୱ ଦେବା ସହ ରାସ୍ତାର ମରାମତି କାର୍ଯ୍ୟ ଶୀଘ୍ର କରିବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।
ଗ୍ରାମ୍ୟଉନ୍ନୟନ ରାସ୍ତା ଅବସ୍ଥା ଶୋଚନୀୟ, ମରାମତି ପାଇଁ ଦାବି
ପ୍ରତାପରୁଦ୍ରପୁରଠାରୁ କଣ୍ଟାପଡ଼ା ପର୍ଯ୍ୟନ୍ତ ଯାଇଥିବା ଗ୍ରାମ୍ୟଉନ୍ନୟନ ବିଭାଗ ରାସ୍ତାଟି ଏବେ ଖାଲଖମାରେ ଭର୍ତ୍ତି ହୋଇଯାଇଛି। ଫଳରେ ସେହି ରାସ୍ତା ଉପରେ ନିର୍ଭର କରୁଥିବା ୭ଟି ପଞ୍ଚାୟତର ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ...
/sambad/media/media_files/2025/07/25/balianta-2025-07-25-06-51-15.jpg)