ଭୁବନେଶ୍ବର : ବୀମା ଲୋକପାଳ ପକ୍ଷରୁ ଫରେଷ୍ଟ ପାର୍କସ୍ଥିତ କାର୍ଯ୍ୟାଳୟ ପରିସରରେ ବୀମା ଲୋକପାଳ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବୀମା ଲୋକପାଳ ସୁରେଶ ଚନ୍ଦ୍ର ପଣ୍ଡା କହିଥିଲେ ଯେ ଜୀବନବୀମା ଓ ସାଧରଣ ବୀମା ଗ୍ରାହକମାନଙ୍କ ଅଭିଯୋଗଗୁଡ଼ିକୁ ବିନା ଖର୍ଚ୍ଚରେ, ସ୍ବଳ୍ପ ସମୟ ମଧ୍ୟରେ, ନିରପେକ୍ଷ ଭାବରେ ସମାଧାନ କରିବା ପାଇଁ ବୀମା ଲୋକପାଳ ସଂସ୍ଥାର ଜନ୍ମ। ଏଠାରେ ସମୁଦାୟ ୫୨ଟି ବୀମା କମ୍ପାନିମାନଙ୍କର ବୀମା ସମ୍ବନ୍ଧୀୟ ଅଭିଯୋଗ ଶୁଣାଣି ମାତ୍ର ୯୦ଦିନ ମଧ୍ୟରେ ସମାଧାନ କରାଯାଇଥାଏ। ଚଳିତ ବର୍ଷ ଅକ୍ଟୋବର ଶେଷ ସୁଦ୍ଧା ୭୪୩ଟି ଅଭିଯୋଗ ମଧ୍ୟରୁ ୬୪୧ଟିର ସମାଧାନ ପାଇଁ ଆଦେଶ ଦିଆଯାଇଛି। ଏହା ଓଡ଼ିଶାର ଏକମାତ୍ର କାର୍ଯ୍ୟାଳୟ। କିନ୍ତୁ ୨୦୦୦ ମସିହାରୁ ଏହା କାର୍ଯ୍ୟ କରିଥିଲେ ସୁଦ୍ଧା ପ୍ରାୟ ୯୦ ପ୍ରତିଶତ ଅଭିଯୋଗ କେବଳ ସହରାଞ୍ଚଳରୁ ହିଁ ଆସିଥାଏ। ଗ୍ରାମାଞ୍ଚଳର ବୀମାଧାରୀ ଏ ସଂସ୍ଥା ବିଷୟରେ ଅବଗତ ନାହାନ୍ତି। ସେମାନଙ୍କୁ ଏ ସଂସ୍ଥା ବାବଦରେ ସଚେତନ କରିବା ଆବଶ୍ୟକ ବୋଲି ଶ୍ରୀ ପଣ୍ଡା କହିଛନ୍ତି। ଏହି କାର୍ଯ୍ୟକ୍ରମରେ ସଚିବ ଶକୁନ୍ତଳା ମୁର୍ମୁ, ସଚିବ ନୀଳମାଧବ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।
ବୀମା ଲୋକପାଳ ବିଷୟରେ ଅବଗତ ନାହାନ୍ତି ଗ୍ରାମାଞ୍ଚଳ ବୀମାଧାରୀ
/sambad/media/post_attachments/wp-content/uploads/2021/11/bima-lokpal.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)