ଭୁବନେଶ୍ୱର: ରେଡ଼ିଓ ଚକ୍ଲେଟ୍ରେ ‘ଫୋର୍ ଇଡିଅଟ୍ସ’ ଫିଲ୍ମର ପ୍ରମୋସନ କରୁଥାଆନ୍ତି ଫିଲ୍ମର ନାୟକ ସବ୍ୟସାଚୀ। ଆର୍ଜେ ନିଲ୍ଙ୍କ ସହ ସବ୍ୟସାଚୀଙ୍କ ଭାବବିନିମୟ ବେଳେ ଗୋଟେ କଲ୍ ଆସିଲା। ଝିଅଟିଏ କହିଲା, ମୁଁ ତୁମର ବହୁତ ବଡ଼ ଫ୍ୟାନ୍। ତୁମକୁ ବହୁତ ଭଲ ପାଏ। ସବ୍ୟସାଚୀ ପ୍ରତ୍ୟୁତ୍ତରରେ କହିଲେ, ତେବେ ତମେ ଆଜି ମୋ’ର ରିଲିଜ୍ ହେଉଥିବା ଫିଲ୍ମ ଦେଖିବାକୁ ଯାଉଛ ? ଝିଅଟି ସିଧା କହିଲା, ନା ମୁଁ ଦେଖିପାରିବିନି। ସବ୍ୟସାଚୀ କହିଲେ, ଏଣେ ମୋ ଫ୍ୟାନ୍ ବୋଲି କହୁଛି, କିନ୍ତୁ ଫିଲ୍ମଟି ଦେଖିପାରିବନି ବୋଲି ବି କହୁଛ। ତାହେଲେ ତମେ ମୋ’ର କି ଫ୍ୟାନ୍। ଏତିକି ଶୁଣିବା ପରେ ଝିଅଟି ଉତ୍ତର ଦେଇଥିଲା, ମୁଁ ଦୃଷ୍ଟିହୀନ, କିଛି ଦେଖିପାରିବିନି। ଏହା ଶୁଣି ସବ୍ୟସାଚୀ ଏବଂ ସୋ’ର ଉପସ୍ଥାପକ ଆର୍ଜେ ନିଲ୍ ଆବାକ ହୋଇଯାଇଥିଲେ। କିଛି ସମୟ ଅଟକି ସବ୍ୟସାଚୀ ଶୁଭସ୍ମିତାଙ୍କୁ ଫିଲ୍ମର ପ୍ରିମିୟର ଉପଭୋଗ କରିବାକୁ ଅଫର୍ ଦେଲେ। କହିଲେ ଯଦି ତମେ ମୋ’ର ୪ ଇଡିଅଟ୍ସ ପ୍ରିମିୟର ସୋ’କୁ ଆସିପାରିବ ତେବେ ମୋ ବାପା ମା’ଙ୍କ ସହ ତମେ ବି ମୋର ସ୍ୱତନ୍ତ୍ର ଅତିଥି ହେବ। ଏହା ଶୁଣି ଶୁଭସ୍ମିତା ରାଜି ହୋଇଯାଇଥିଲେ। ସବ୍ୟସାଚୀ ଏନେଇ ଶୁଭସ୍ମିତାଙ୍କ ବାପାଙ୍କ ସହ ଯୋଗାଯୋଗ କରି ତାଙ୍କୁ କଟକ ବୃନ୍ଦାବନ ସିନେମା ହଲ୍କୁ ଡକାଇଲେ। ସବ୍ୟସାଚୀଙ୍କୁ ଭେଟି ଶୁଭସ୍ମିତା ଯେତିକି ଖୁସି ହୋଇ ଯାଇଥିଲେ, ଶହଶହ ପ୍ରଶଂସକଙ୍କ ମଧ୍ୟରେ ଶୁଭସ୍ମିତାଙ୍କ ଭଳି ଜଣେ ଅନନ୍ୟ ପ୍ରଶଂସକଙ୍କୁ ପାଖରେ ପାଇ ସବ୍ୟସାଚୀ ବି ସେମିତିି ଭାବବିହ୍ଵଳ ହୋଇପଡ଼ିଥିଲେ। ଏମିତିକି ପାଖରେ ବସି ପୂରା ଚଳଚ୍ଚିତ୍ରକୁ ଶୁଭସ୍ମିତାଙ୍କୁ ବୁଝାଇଥିଲେ ସବ୍ୟ। ଫିଲ୍ମ ସରିବା ପରେ ସବ୍ୟସାଚୀ ଏହି ମୁହୂର୍ତ ତାଙ୍କର ଅଭିନୟ ଜୀବନର ସବୁଠୁ ଅବିସ୍ମରଣୀୟ ମୁହୂର୍ତ ବୋଲି କହିଥିଲେ। ଫିଲ୍ମ ହଲ୍ରେ ଶହଶହ ଫ୍ୟାନ୍ ଥିଲେ, କିନ୍ତୁ ସେଦିନ ସବ୍ୟସାଚୀ ଓ ତାଙ୍କର ପୂରା ଟିମ୍ ଶୁଭସ୍ମିତାଙ୍କ ଫ୍ୟାନ୍ ପାଲଟି ଯାଇଥିଲେ।
ଦୃଷ୍ଟିହୀନ ପ୍ରଶଂସକଙ୍କ ସହ ସବ୍ୟସାଚୀଙ୍କ ଅଭୁଲା ସ୍ମୃତି
/sambad/media/post_attachments/wp-content/uploads/2018/06/satya-sabysaschi.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)