ଡିସେମ୍ବର ୨୨ରେ ଓଡ଼ିଶା ଆସିବେ ସଦ୍‌ଗୁରୁ

ଚନ୍ଦ୍ରଶେଖରପୁର: ‘ଇଶା ଫାଉଣ୍ଡେସନ’ର ପ୍ରତିଷ୍ଠାତା ତଥା ନଦୀ ସୁରକ୍ଷା ପାଇଁ ‘ର‍୍ୟାଲି ଫର୍‌ ରିଭର’ ଅଭିଯାନ ଆରମ୍ଭ କରିଥିବା ବିଶିଷ୍ଟ ଆଧ୍ୟାତ୍ମିକ ଗୁରୁ ପଦ୍ମବିଭୂଷଣ ସଦ୍‌ଗୁରୁ ଭାବରେ ଖ୍ୟାତି ଲାଭ କରିଥିବା ଜାଗୀ ବାସୁଦେବ ଆସନ୍ତା ଡିସେମ୍ବର ମାସ ୨୨ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। କଳିଙ୍ଗ ଲିଟେରାରି ଫେଷ୍ଟିଭାଲ (କେଏଲ୍‌ଏଫ୍‌) ପକ୍ଷରୁ ଆୟୋଜିତ ମିଷ୍ଟିକ୍‌ କଲିଙ୍ଗା ବା ଅଲୌକିକ କଳିଙ୍ଗ କାର୍ଯ୍ୟକ୍ରମକୁ ସଦ୍‌ଗୁରୁ ଉଦ୍‌ଘାଟନ କରିବା ନେଇ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇଥିବା ଅନୁଷ୍ଠାନର ନିର୍ଦ୍ଦେଶକ ରଶ୍ମି ରଞ୍ଜନ ପରିଡ଼ା ପ୍ରକାଶ କରିଛନ୍ତି ।
ସଦ୍‌ଗୁରୁ ତାଙ୍କ ରଚିତ ‘ଆଦିଯୋଗୀ : ଯୋଗର ଉତ୍ସ’ ପୁସ୍ତକ ଏବଂ ନିଜର ସାହିତ୍ୟିକ ଓ ଆଧ୍ୟାତ୍ମିକ ଯାତ୍ରା ତଥା ର‍୍ୟାଲି ଅଫ୍‌ ରିଭର ଅଭିଯାନକୁ ନେଇ ବିଶିଷ୍ଟ ଲେଖିକା ତଥା କବୟିତ୍ରୀ ସୁଶ୍ରୀ ଅରୁନ୍ଧତୀ ସୁବ୍ରମଣ୍ୟମ୍‌ଙ୍କ ସହିତ ଆଲୋଚନା କରିବେ । ସୂଚନାଯୋଗ୍ୟ ଯେ ଜଣେ ଅର୍ନ୍ତଜାତୀୟ ଖ୍ୟାତିସମ୍ପନ୍ନ ବ୍ୟକ୍ତିତ୍ୱ ସଦ୍‌ଗୁରୁଙ୍କର ରାଲି ଫର୍‌ ରିଭର ଅଭିଯାନ ଦେଶବ୍ୟାପୀ ଆଦୃତ ହୋଇଛି। ଦୈନିକ ଲକ୍ଷ ଲକ୍ଷ ବ୍ୟକ୍ତି ଏହି ଅଭିଯାନରେ ସାମିଲ ହେଉଛନ୍ତି।

ସମ୍ବନ୍ଧିତ ଖବର