ପୁରୁଣା ଭୁବନେଶ୍ୱର: ଆସନ୍ତା ୧୪ତାରିଖ ଶ୍ରାବଣ ମାସର ପ୍ରଥମ ସୋମବାର। ସେହି ଦିନ ଶ୍ରୀଲିଙ୍ଗରାଜ ମନ୍ଦିରରେ କାଉଡ଼ିଆମାନେ ଜଳଲାଗି କରିବେ। ଏଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏନେଇ ମନ୍ଦିର ପ୍ରଶାସନର ପ୍ରସ୍ତୁତି ବୈଠକ ମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ବୈଠକ ନିଷ୍ପତ୍ତି ଅନୁଯାୟୀ ଏଏସ୍ଆଇ (ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା) ପକ୍ଷରୁ ମନ୍ଦିର ସିଂହଦ୍ବାରରୁ ଦୁଇପାର୍ଶ୍ବ ରାସ୍ତାକଡ଼ରେ ବ୍ୟାରିକେଡ୍ ବନ୍ଧା ହେବ। ଶ୍ରାବଣୀ ନୀତି ନିର୍ଘଣ୍ଟ ଅନୁଯାୟୀ ଭୋର ୩ଟାରୁ ମନ୍ଦିର ଖୋଲାଯିବ। ଭୋର୍ ସାଢ଼େ ୩ଟାରେ ମଙ୍ଗଳଆଳତି ଓ ଅବକାଶ ନୀତି ହେବା ପରେ ଭୋର୍ ୪ଟାରେ ସାହାଣମେଲା ଦର୍ଶନ ଆରମ୍ଭ ହେବ। ଆଡ଼କାଠ ନିକଟରୁ ଗର୍ଭଗୃହ ପର୍ଯ୍ୟନ୍ତ ଏକ ତମ୍ୱାପାତ୍ରର ନଳ ରହିବ। କାଉଡ଼ିଆମାନେ ଧାଡ଼ିରେ ଆସି ଆଡ଼କାଠ ନିକଟରେ ସେହି ତମ୍ୱାପାତ୍ରରେ ତୀର୍ଥ ଜଳ ଢାଳିବେ। ଏହି ପାତ୍ରରୁ ତୀର୍ଥ ଜଳ ଯାଇ ସିଧା ଠାକୁରଙ୍କ ଶକ୍ତି ଉପରେ ପଡ଼ିବ।
ସେପଟେ କାଉଡ଼ିଆମାନଙ୍କୁ ଭିତରକୁ ଶୃଙ୍ଖଳିତ ଭାବେ ଛାଡ଼ିବା ପାଇଁ ଧାଡ଼ି ବ୍ୟବସ୍ଥା ହୋଇଛି। ରବିବାର ରାତିରେ ମନ୍ଦିରର ବାଇଶି ପାହାଚଠାରୁ ସିଂହଦ୍ୱାର ପର୍ଯ୍ୟନ୍ତ ବ୍ୟାରିକେଡ୍ କରାଯିବ। ସେହିପରି ଶ୍ରାବଣ ମାସ ତମାମ ବଢ଼େଇବାଙ୍କ ଛକଠାରୁ ମନ୍ଦିର ଓ ମନ୍ଦିର ଚତୁପାର୍ଶ୍ବରେ ଆମିଷ ଦୋକାନ ବନ୍ଦ ରହିବ। ମନ୍ଦିର ଭିତରକୁରେ ପ୍ଲାଷ୍ଟିକ୍ ଡବା ଓ ଜରି ପ୍ରବେଶକୁ ବାରଣ କରାଯାଇଛି। ସେହିପରି ଦଉଡ଼ି, ବାହୁଙ୍ଗୀ ଓ ବ୍ଲେଡ୍କୁ ମନ୍ଦିର ପରିସରରେ ଥିବା ସ୍ବତନ୍ତ୍ର ପାତ୍ରରେ ପକାଇବେ। ପ୍ରତ୍ୟେକ କାଉଡ଼ିଆଙ୍କ ଠାରୁ ୧୦ଟଙ୍କା ଶ୍ରାବଣୀ ପାଉଣା ଆଦାୟ କରାଯିବ। ବିଏମ୍ସି ପକ୍ଷରୁ ଅସ୍ଥାୟୀ ବିଶ୍ରାମ ଗୃହ, ଶୌଚାଳୟ ରହିବ। ସେହିପରି ୱାଟ୍କୋ ପକ୍ଷରୁ ମନ୍ଦିର ନିକଟରେ ବିଭିନ୍ନ ଛକରେ ପାଣି ଟ୍ୟାଙ୍କର ରହିବ। ବୈଠକରେ ଅତିରିକ୍ତ ଜିଲ୍ଲାପାଳ ତଥା ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ରୁଦ୍ର ପ୍ରସାଦ ମହାନ୍ତି, ସୁପରଭାଇଜର ରାଜକିଶୋର ମହାପାତ୍ର, ସେବାୟତ ନିଯୋଗ ପ୍ରତିନିଧି ବିରଞ୍ଚି ନାରାୟଣ ପତି, ହିମାଦ୍ରୀ ମହାପାତ୍ର, କମଳାକାନ୍ତ ବଡ଼ୁ, ମାଗୁଣି ସମର୍ଥା, ଲିଙ୍ଗରାଜ ଥାନା ଏସଆଇ ସୁବାସ ନାୟକ, ଏଏସ୍ଆଇ ଅଧିକାରୀ, ମନ୍ଦିର ଜ୍ୟୋତିଷ ପ୍ରମୁଖ ଉପସ୍ଥିତ ଥିଲେ।
୧୪ରେ ଶ୍ରାବଣ ପ୍ରଥମ ସୋମବାର ଭୋର ୪ଟାରେ ସାହାଣମେଲା ଦର୍ଶନ
ଆସନ୍ତା ୧୪ତାରିଖ ଶ୍ରାବଣ ମାସର ପ୍ରଥମ ସୋମବାର। ସେହି ଦିନ ଶ୍ରୀଲିଙ୍ଗରାଜ ମନ୍ଦିରରେ କାଉଡ଼ିଆମାନେ ଜଳଲାଗି କରିବେ। ଏଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏନେଇ ମନ୍ଦିର.........
/sambad/media/media_files/2025/07/08/gfdsaqzxswedc-2025-07-08-06-33-37.jpg)