‘ସହରରୁ ଗାଁ’ର ପ୍ରଥମ ସ୍ବନକ୍ଷତ୍ର

ଭୁବନେଶ୍ୱର : ‘ସହରରୁ ଗାଁ’ର ପ୍ରଥମ ସ୍ବନକ୍ଷତ୍ର ଉତ୍ସବ ସ୍ଥାନୀୟ ଲୋହିଆ ଏକାଡେମିରେ ଅନୁଷ୍ଠିତ ହୋଇଯାଇଛି। ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ବର୍ଷ ପାଳନ ଅବସରରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଥିଲା। ଶିକ୍ଷାବିତ୍‌ ସ୍ବାଧୀନ ନନ୍ଦ ପଟ୍ଟନାୟକ ମୁଖ୍ୟଅତିଥି, ଲୋକଶକ୍ତି ଅଭିଯାନର ଅଧ୍ୟକ୍ଷ ତଥା ଗ୍ରିନ୍‌ ନୋବେଲ ପୁରସ୍କାର ବିଜେତା ପ୍ରଫୁଲ୍ଲ ସାମନ୍ତରା, ସାମ୍ବାଦିକ ସୁଧୀର ପଟ୍ଟନାୟକ, ଲୋହିଆ ଏକାଡେମିର ସମ୍ପାଦକ ଦେବପ୍ରସାଦ ରାୟ, ବରିଷ୍ଠ ଡାକ୍ତର ଅଶୋକ ମହାପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଗାନ୍ଧୀଜୀଙ୍କ ସ୍ମୃତିଚାରଣ କରିଥିଲେ। ଅନୁଷ୍ଠାନର ଆବାହକ ମାନସ ପଟ୍ଟନାୟକ ଓ ସଭାପତି ଜ୍ୟୋତ୍ସ୍ନାରାଣୀ ପ୍ରଧାନଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ତୃଣମୂଳସ୍ତରରେ ଗାନ୍ଧୀଜୀଙ୍କ ବିଚାରଧାରାକୁ ନେଇ ସଚେତନତା ସୃଷ୍ଟି କରୁଥିବା ୩୬ଜଣ ସାମାଜିକ, ସାଂସ୍କୃତିକ ଓ ରାଜନୈତିକ କର୍ମୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ମହାତ୍ମା ଗାନ୍ଧୀଙ୍କ ସ୍ମୃତିରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶିକ୍ଷା-ରୋଜଗାର ଅଧିକାର ଅଭିଯାନର ଆବାହକ ମଧୁସୂଦନ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର