ଭୁବନେଶ୍ବର: ଭାଷାର ଭିନ୍ନତା ଓ ସାଂସ୍କୃତିକ ବିବିଧତା ରହିଥିବା ଭାରତ ପରି ଦେଶରେ ସାହିତ୍ୟ ଆମର ସାଂସ୍କୃତିକ ସମ୍ପର୍କକୁ ସଶକ୍ତ କରିପାରିଛି। ତେଣୁ ଭାରତୀୟ ସାହିତ୍ୟିକ ଇଂରାଜୀ ଓ ହିନ୍ଦୀ ବ୍ୟତୀତ ଯେକୌଣସି ଗୋଟିଏ ଭାରତୀୟ ଭାଷାର ସାହିତ୍ୟ, ଜନଜୀବନ ଓ ସାଂସ୍କୃତିକ ବାତାବରଣ ସହ ପରିଚିତ ଅର୍ଜନ କରିବା ଆବଶ୍ୟକ। ଫଳରେ ଅନୁବାଦ ମାଧ୍ୟମରେ ଭାରତୀୟ ଭାଷାଗୁଡ଼ିକ ମଧ୍ୟରେ ଦୃଢ଼ ଓ ସମନ୍ବିତ ସାହିତ୍ୟିକ ସମ୍ପର୍କ ସ୍ଥାପିତ ହୋଇପାରିବ ବୋଲି ‘ଶୀତ ଆସର-୨୦୧୮’ରେ ଅତିଥିମାନେ ମତପ୍ରକାଶ କରିଛନ୍ତି। ରବିବାର ସାହିତ୍ୟ ସମାଜ ପକ୍ଷରୁ ଇଡ୍କଲ୍ ଅଡିଟୋରିୟମରେ ଆୟୋଜିତ ‘ଶୀତ ଅସର -୨୦୧୮’ରେ ଉଦ୍ଘାଟକ ଭାବେ କବି ହରପ୍ରସାଦ ଦାସ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ମୁଖ୍ୟ ଅତିଥି ଭାବେ ହିନ୍ଦୀ ସାହିତ୍ୟିକା ଗୀତାଞ୍ଜଳି ଶ୍ରୀ ଓ ମୁଖ୍ୟବକ୍ତା ଭାବେ ଅଧ୍ୟାପକ ବିଶ୍ବରଞ୍ଜନ ଯୋଗଦେଇ ଏଭଳି ମତ ପ୍ରକାଶ କରିଥିଲେ। ଏହି ଅବସରରେ ବୀଣାପାଣି ପଣ୍ଡାଙ୍କୁ ‘କୈଳାସ ଲେଙ୍କା ସ୍ମୃତି ସୃଜନ ସମ୍ମାନ’ ଓ ଚିତ୍ରଶିଳ୍ପୀ ତାରାକାନ୍ତ ପରିଡ଼ାଙ୍କୁ ‘ଦିନନାଥ ପାଠୀ ସ୍ମୃତି ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। ସୂଚେତା ପ୍ରିୟଦର୍ଶନୀ କାର୍ଯ୍ୟକ୍ରମର ସଂଯୋଜନା କରିଥିବା ବେଳେ ଦେବାଶିଷ ମହାପାତ୍ର ମାନପତ୍ର ପାଠ କରିଥିଲେ। ସେହିପରି ସ୍ବାତୀ ମହାପାତ୍ର ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଉପସଭାପତି ମିନତି ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp